ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୪/୦୨) : ଚାଷୀଙ୍କ ପାଇଁ ଖୁସି ଖବର। ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା। ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ୨ ହଜାର ଲେଖାଏଁ ଟଙ୍କା ଆସିବ ।
ପିଏମ୍ ମୋଦୀ ଡିବିଟି ଜରିଆରେ ଏହି ଟଙ୍କା ଚାଷୀ ଆକାଉଣ୍ଟକୁ ପଠାଯିବ । ସରକାର ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି । ୨୦୨୪ ଅକ୍ଟୋବର ୫ ତାରିଖରେ ମହାରାଷ୍ଟ୍ରରୁ ୧୮ତମ କିସ୍ତି ପ୍ରଦାନ କରାଯାଇଥିବାବେଳେ ଆଜି ବିହାରରୁ ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି । ପିଏମ କିଷାନ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା । ୨୦୧୯ ଫେବୃଆରୀ ମାସରେ ମୋଦୀ ସରକାର ଏହାକୁ ଆରମ୍ଭ କରିଥିଲେ ।