ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୨/୦୧) : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପୁଣି ଦୁଲିକିବ ଚଇତି ମଞ୍ଚ । ଯୋଗଦେବେ ଓଡ଼ିଶାର ସୁନାମ ଧନ୍ୟ କଳାକାର ଅସୀମା ପଣ୍ଡା ଓ ମଣ୍ଠୁ ଛୁରିଆ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ. ମନମୋହନ ସିଂହଙ୍କ ଦେହାନ୍ତ ପରେ ଭାରତ ସରକାରଙ୍କ ୭ଦିନିଆ ରାଷ୍ଟ୍ରୀୟ ଶୋକ ଦିବସ ପାଳନ ଯୋଗୁଁ ଚଇତି ଲୋକ ମହୋତ୍ସବ ସ୍ଥଗିତ କରାଯାଇଥିଲା। ପୁଣି ଆଜି ଠାରୁ ଆସନ୍ତା ୪-୦୧-୨୦୨୫ ରିଖ ଯାଏଁ ୩ଦିନ ଧରି ଚାଲିବ। ସ୍ଥାନୀୟ କଳାକାର ମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖିବାକୁ ମିଳୁଛି । ଏପରିକି ଜିଲ୍ଲା ବାସି ମଧ୍ୟ ନୁଆ ବର୍ଷରେ ନୂଆ କାର୍ଯ୍ୟକ୍ରମ ସାଙ୍ଗକୁ ଚଇତି ମହୋତ୍ସବ୨୦୨୪ ର ମଜା ଉଠାଇଵେ । ଆଜି ସ୍ଥାନୀୟ କଳାକାର ମାନଙ୍କ ସହିତ ଓ ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ଓ ତାଙ୍କ ସାଥି କଳାକାର ପରିବେଷଣ କରିବେ । ସେହିପରି ଆସନ୍ତା ତିନି ତାରିଖରେ ସ୍ଥାନୀୟ କଳାକାର ମାନେ ପରିବେଷଣ କରିବେ ନିଜ ନିଜର କଳା ପ୍ରଦର୍ଶନ ।
ସେହିପରି ଆସନ୍ତା ୪ତାରିଖରେ ଅର୍ଥାତ ଶେଷ ଦିବସରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଳାକାର ମଣ୍ଟୁଛୁରିଆ ଓ ତାଙ୍କ ସାଥି କଳାକାର ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ । ପଲିଶ୍ରୀ ମେଳା ଓ ଉନ୍ନୟନ ପ୍ରଦର୍ଶନୀ ଚାଲୁ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏବଂ ଜିଲ୍ଲାପାଳ ପାରୁଲ ପାଟୁୱରି ଏହି ମହୋତ୍ସବରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଅନୁରୋଧ କରାଯାଉଛି ।