ରିପୋର୍ଟ: ପ୍ରଣତି ସାବତ //
କାଶୀନଗର (୧୦/୧୨): ଆଜି ଠାରୁ ଗଜପତି ଜିଲ୍ଲା ଲୋକ କଳା ଉତ୍ସବ ବାରଣାସୀ ଉତ୍ସବ ଅନୁଷ୍ଠିତ ହେବ | କାଶୀନଗର ବାରଣାସୀ ହାଇସ୍କୁଲ ପଡିଆ ଠାରେ ଆଜି ଅପରାହ୍ନ ୪ ଟା ଠାରୁ ଦୁଇଦିନ ବ୍ୟାପୀ ବାରଣାସୀ ଉତ୍ସବ ଅନୁଷ୍ଠିତ ହେବ |
ଏନେଇ ବ୍ଲକ ପ୍ରଶାସନ ଓ ଏନ ଏ ସି ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତି ସରାଇଛନ୍ତି | ପ୍ରଥମ ଦିନ ଅର୍ଥାତ ଆଜି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଉତ୍ସବ କୁ ଉଦଘାଟନ କରିବା ପାଇଁ ନିମନ୍ତ୍ରଣ ପତ୍ର ରେ ଉଲ୍ଲେଖ ଅଛି, ଦ୍ଵିତୀୟ ଦିନ ୧୧ ତାରିଖରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ ପାଣିଗ୍ରାହୀ ଯୋଗ ଦେବେ ବୋଲି ଜଣା ପଡିଛି | ଉଭୟ ଦିନ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଵରା ତିରୁପତି ଯୋଗ ଦେବେ |ସ୍ଥାନୀୟ ଅଂଚଳ ର କଳା ଓ ସଂସ୍କୃତି କୁ ପୁନଃ ଜୀବିତ କରିବା ଲକ୍ଷ ରେ ଏହା ଆୟୋଜନ କରାଯାଉଛି ବୋଲି ବିଡ଼ିଓ ଦମ୍ବୁରୁଧର ମଲ୍ଲିକ କହିଛନ୍ତି |