32.9 C
Balāngīr
Monday, April 28, 2025

ଆଜି ଠାରୁ +୨ ପରୀକ୍ଷା : ପରୀକ୍ଷାରେ ବସିବେ ୩ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୮/୦୨) : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ର ଫାଇନାଲ ପରୀକ୍ଷା । ସିଏଚଏସଇ ବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷାକୁ ସଞ୍ଚାଳିତ କରୁଛି ।

ଏହି ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରାଜ୍ୟରେ ଏହି ବର୍ଷ ୩,୯୩,୬୧୮ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଯୋଗ ଦେବେ । କଳା ବିଭାଗରେ ସର୍ବାଧିକ ୨,୪୭,୩୯୧ ଜଣ , ବିଜ୍ଞାନ ବିଭାଗରେ ୧,୧୪,୯୮୦, ବାଣିଜ୍ୟ ବିଭାଗରେ ୨୫,୫୨୬ ଓ ଧନ୍ଦାମୂଳକ ବିଭାଗରେ ୫,୭୨୧ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେବେ । ତେବେ ଦିନ ୧୦ଟା ସମୟରେ ପରୀକ୍ଷା ଅରମ୍ଭ ହୋଇ ଦିବା ୧ଟା ପର୍ଯ୍ୟନ୍ତ ଚାଲୁ ରହିବ ।

ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗରେ ସାହିତ୍ୟ ପରୀକ୍ଷା ହେବ । ରାଜ୍ୟରେ ୧୧୬୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବ । ନକଲ ରୋକିବାକୁ ସ୍ୱତନ୍ତ୍ର ପାଞ୍ଚ ସ୍ତରୀୟ ସ୍କ୍ୱାଡ଼ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ସିସିଟିଭି ସବୁ ପରୀକ୍ଷା କେନ୍ଦ୍ରରେ ଲଗାଯାଇଛି । ଏହା ଦ୍ୱାରା ଯାଞ୍ଚ ପ୍ରକିୟା ଆହୁରି ସୁଗମ ହେବ । ଚଳିତ ବର୍ଷ ନୂତନ ଢାଞ୍ଚାରେ +୨ ପରୀକ୍ଷା ଅନୁଷ୍ଠିତ ହେଉଅଛି । ସିବିଏସଇ ଢାଞ୍ଚା ଅନୁଯାୟୀ ପ୍ରଥମ ଥର ପାଇଁ ଚଳିତ ବର୍ଷ ୮୦ ମାର୍କର ଲିଖିତ ଓ ୨୦ ମାର୍କର ଇଣ୍ଟରନାଲ ଆସେସମେଣ୍ଟ ସାମିଲ ହେବ । ଏହି ବର୍ଷ ବସ୍ତୁନିଷ୍ଠ ପ୍ରଶ୍ନ ମଧ୍ୟ ସାମିଲ ହେବାକୁ ଯାଉଛି । ତେବେ ସମସ୍ତ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ ।

 

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...