ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୫/୦୨) : ଆଜି ପରିବର୍ତ୍ତନ ହେବ ପାଗ। ପୁଣି ଅନୁଭୂତ ହେବ ତାତି। ତେବେ ରାଜ୍ୟରେ କିଛିଦିନ ହେବ ଲାଗିରହିଥିଲା ବର୍ଷା ସାଙ୍ଗକୁ ଘଡ଼ଘଡ଼ି ।
ତେଣୁ ବଢୁଥିବା ତାତିରୁ କିଛିଦିନ ପାଇଁ ତ୍ରାହି ପାଇଥିଲେ ଲୋକେ । ତେବେ ପାଗ ପରିବତ୍ତନ ହେବ ଦ୍ୱାରା ପୁଣି ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୭, ୨୮ ତାରିଖ ବେଳକୁ ଦିନ ତାପମାତ୍ରା ସାମାନ୍ୟ ବଢିପାରେ । ୧ତାରିଖରୁ ତାପମାତ୍ରା ଅଧିକରୁ ଅଧିକ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପରିକି ପାଗ ୩୭ କିମ୍ବା ୩୮ ଡିଗ୍ରୀ ସେଲସିୟସ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଫେବୃଆରୀ ମାସ ନ ସରୁଣୁ ଏତେ ତାତି ବଢିବା ବର୍ତମାନ ଚିନ୍ତାର କାରଣ ପାଲଟିଛି ।