32.9 C
Balāngīr
Thursday, July 10, 2025

ଆଜି ହରିଶୟନ ଏକାଦଶୀ, କାଳିଆକୁ ଲାଗୁ ହେବ ଚୁଡ଼ାଘଷା

Must read

ପୁରୀ, (୦୬/୦୭) : ଆପ୍ର. : ଆଜି ହରିଶୟନ ଏକାଦଶୀ, ମୋ ଜଗା ଖାଇବ ଚୁଡାଘଷା । ରଥ ଯାତ୍ରା ଆସିଲେ ଲୋକରଣ୍ୟ ହୋଇ ଉଠେ ଶ୍ରୀକ୍ଷେତ୍ର ।

ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ସମ୍ପର୍କର ସେତୁ ବଢିବା ଲାଗିଥାଏ । ତେବେ ଅନେକ ଭକ୍ତ ଅଛନ୍ତି ଯେଉଁମାନେ ବଡ଼ ଦାଣ୍ଡ ରେ ମହାପ୍ରଭୁ ଙ୍କୁ ଚୁଡାଘଷା ଭୋଗ ଅର୍ପଣ କରିଥାନ୍ତି । ଶ୍ରୀକ୍ଷେତ୍ରରେ ଲୀଳା କରୁଛନ୍ତି ମହାପ୍ରଭୁ । ଠାକୁର ରଥାରୁଢ ହେବା ପରେ ବଡ ଦାଣ୍ଡରେ ଲାଗିଛି ଗହଳି ଚହଳି । ଠାକୁରଙ୍କ ଦର୍ଶନ ସାଙ୍ଗକୁ ଭୋଗ ଟିକିଏ ପାଇବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ରହି ଥାଏ । ବାପା ଜେଜେ ଅମଳରୁ ପୁରୀ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଚୁଡାଘସା ଭୋଗ କରିଥାନ୍ତି । ତେବେ ବହୁ ପୁରାତନ କାଳରୁ ଏହି ପରମ୍ପରା ରହିଥିବା ବେଳେ ଏହାକୁ ପରବର୍ତ୍ତୀ ପିଢ଼ି ଭାବରେ ପାଳନ କରୁ ଅଛୁ ବୋଲି ଭକ୍ତ ମାନେ କହିଛନ୍ତି ।

ବଡ ଦାଣ୍ଡରେ ଠାକୁରଙ୍କ ରଥ ପଛ ପଟେ ନଡ଼ିଆ ଗୁଡ ଚୁଡା ଗୁଜୁରାତି ଅଳେଇଚ କର୍ପୁର ଆଦି ବିକ୍ରି କରାଯାଉଥିବା ବେଳେ ଭକ୍ତମାନେ ଏଠାରୁ ଏହାକୁ କିଣି ଚୁଡା ଘଷିବା ସହିତ ପୂଜାର୍ଚ୍ଚନା କରିବା ପାଇଁ ଦେଇ ଥାନ୍ତି । ପୂଜା ପଣ୍ଡାଙ୍କ ଦ୍ୱାରା ପୂଜା କରାଯିବା ସହିତ ପ୍ରଭୁ ଙ୍କୁ ଚୁଡା ଘସା ଭୋଗ ଅର୍ପଣ କରା ଯାଇଥାଏ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଏହି ପରମ୍ପରା ଆଗକୁ ଏମିତି ଜାରି ରହୁଥିବ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...