ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୪/୦୨) : ଆଜି ରାଜ୍ୟର ୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ତେଣୁ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ବର୍ଷା ଏବଂ କୋହଲା ପାଗ ଅନୁଭୂତ ହେବାକୁ ଥିବା ବେକେ କାଲିଠୁ ରାଜ୍ୟରେ ପାଗ ଶୁଖିଲା ରହିବ । ବର୍ତ୍ତମାନ ରାତି ତାପମାତ୍ରା ଅଧିକ ରହୁଥିବାବେଳେ ଏବେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ। ଆସନ୍ତା ୨୭, ୨୮ ତାରିଖ ବେଳକୁ ଦିନ ତାପମାତ୍ରା ସାମାନ୍ୟ ବଢିପାରେ । ୧ତାରିଖରୁ ତାତି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପରିକି ପାଗ ୩୭ କିମ୍ବା ୩୮ ଡିଗ୍ରୀ ସେଲସିୟସ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି ।