32.9 C
Balāngīr
Tuesday, May 13, 2025

ଆଦିତ୍ୟ ଆଲୁମିନା ରିଫାଇନାରୀ (ହିଣ୍ଡାଲକୋ) ସ୍ଥାନୀୟ ମହିଳାଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆପାରେଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଟିକିରି, (୨୮/୦୪) : ଆପ୍ର. : ୨୫ ଏପ୍ରିଲ, ୨୦୨୫, ଅନ୍ତର୍ଭୁକ୍ତ ବିକାଶ ଏବଂ ମହିଳା ସଶକ୍ତିକରଣ କୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ ସ୍ବରୂପ ଆଦିତ୍ୟ ଆଲୁମିନା ରିଫାଇନାରୀ, କଂସାରୀଗୁଡା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏକ ଏକ ସହଯୋଗୀ ସଂସ୍ଥା, ଏପ୍ରିଲ ୨୫ ତାରିଖରେ ଫୁଲଜୋବା ଠାରେ ଏହାର ପ୍ରଥମ ବ୍ୟାଚ୍ ର ଆପାରେଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି ।

କଂସାରୀଗୁଡା ଗ୍ରାମରେ ରିଫାଇନାରୀ ଓ ପାୱାର ପ୍ଲାଣ୍ଟ ସହିତ ସ୍ଥାପିତ ହେଉଥିବା ଆପାରେଲ ୟୁନିଟ୍ ର ଉଦ୍ଦେଶ୍ୟ ହେଉଛି ଆଖପାଖ ଅଞ୍ଚଳର ମହିଳା ଓ ବାଳିକାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଏହି ପଦକ୍ଷେପ ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୦ରୁ ଅଧିକ ମହିଳାଙ୍କ ନିଯୁକ୍ତି ସୃଷ୍ଟି କରିବ ଯାହା ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ଯଥେଷ୍ଟ ସହାୟକ ହେବ ବୋଲି ଆଶା କରାଯାଉଛି ।

ଏହି କାର୍ଯ୍ୟକ୍ରମକୁ ଆଦିତ୍ୟ ଆଲୁମିନା ରିଫାଇନେରୀ ର ୟୁନିଟ୍ ମୁଖ୍ୟ ତ‌ଥା ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ । ତାଙ୍କ ସହ ସରପଞ୍ଚ ନକଟିଗୁଡା, ସରପଞ୍ଚ ବାଙ୍କାମ୍, ସରପଞ୍ଚ ପୋଡ଼ାପାଡ଼ି, ସରପଞ୍ଚ ଓଡିଆପେଣ୍ଠ, ଆର.ପି.ଡି.ଏସି ସଦସ୍ୟ, କମୁନିଟି ଲିଡର ଓ ଆଖପାଖ ଅଞ୍ଚଳର ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଅଧୀନରେ ଆଖପାଖ ଗ୍ରାମର ୧୦୦ରୁ ଅଧିକ ମହିଳା ଓ ବାଳିକାଙ୍କୁ ନେଇ ଲିଖିତ ପରୀକ୍ଷା, ଦକ୍ଷତା ମୂଲ୍ୟାୟନ ଓ କାଉନସେଲିଂ ଅଧିବେଶନ ସମେତ ଏକ ଗଠନମୂଳକ ପ୍ରକ୍ରିୟା ମାଧ୍ଯମରେ ଯାତ୍ରା କରାଯାଇଛି । ଏହି ପ୍ରଶିକ୍ଷଣର୍ଥୀମାନେ ଭୁବନେଶ୍ବର ଓ ନୂଆଦିଲ୍ଲୀସ୍ଥିତ ଆଦିତ୍ୟ ବିର୍ଲା ଫ୍ୟାସନ୍ ଆଣ୍ଡ ରିଟେଲ୍‌ ଲିମିଟେଡ୍ (ଏ.ବି.ଏଫ୍.ଆର. ଏଲ) ୟୁନିଟ ରେ ୮ ମାସର ପ୍ରଶିକ୍ଷଣ ନେବେ । ସଫଳ ହେବା ପରେ ସେମାନେ ମାଷ୍ଟର ଟ୍ରେନର, ସୁପରଭାଇଜର, ଲ୍ୟାବ ଟେକ୍ନିସିଆନ, ଅପରେଟର ଭାବେ ନିଜର ଯୋଗ୍ୟତା ଓ ଦକ୍ଷତା ଆଧାରରେ କାର୍ଯ୍ୟ କରିବେ ।

ଏହି ଆପାରେଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ ଏବଂ ପ୍ରଥମ ବ୍ୟାଚ୍ ର ମହିଳାଙ୍କୁ ଅନବୋର୍ଡିଂ କରିବା ଆମର ଗୋଷ୍ଠୀ ବିକାଶ ପ୍ରୟାସ ପାଇଁ ଏକ ପରିବର୍ତ୍ତନଶୀଳ ମୁହୂର୍ଭ ବୋଲି ଶ୍ରୀ ମଜହର ବେଗ କହିଛନ୍ତି। ମହିଳାମାନଙ୍କୁ ବ୍ୟବହାରିକ ଦକ୍ଷତା ଏବଂ ବାସ୍ତବ ଦୁନିଆର ଶିଳ୍ପର ପ୍ରଦର୍ଶନ ରେ ସଜ୍ଜିତ କରି ଆମେ କେବଳ ନିଯୁକ୍ତି ସୁଯୋଗ ସୃଷ୍ଟି କରୁନାହୁଁ ବରଂ ସେମାନଙ୍କୁ ଏକ ସମ୍ମାନଜନକ ଏବଂ ସ୍ବାଧୀନ ଭବିଷ୍ୟତ ଦିଗରେ ସଶକ୍ତ କରୁଛୁ । ଫୁଲଜୋବାସ୍ଥିତ ଆପାରେଲ ୟୁନିଟ୍ ସ୍ଥାନୀୟ ନିଯୁକ୍ତି ଆବଶ୍ୟକ‌ତାକୁ ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୋର ବିଶ୍ୱାସ ରହିଛି।

  • ନୂତନ ଭାବେ ଯାତ୍ରା କରୁଥିବା ପ୍ରଶିକ୍ଷଣର୍ଥୀଙ୍କ ମଧ୍ୟରେ ଉତ୍ସାହ ସ୍ପଷ୍ଟ ଥିଲା :

“ଆଜିଆମ ପାଇଁ ଏକ ସ୍ବତନ୍ତ୍ର ଦିନ । ଆମ ମଧ୍ୟରୁ ଅନେକଙ୍କ ପାଇଁ ପ୍ରଥମ ଥର ପାଇଁ ଆମେ ଏକ ଗଠନମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାଦ ରଖୁଛୁ ଏବଂ ଏହା ଆମ ପରିବାର ଏବଂ ଗାଁ ପାଇଁ ବହୁତ ଆଶା ଆଣିଛି ବୋଲି କଂସାରୀଗୁଡାର କୁନ୍ତୀ ଜାନୀ (ଆପାରେଲ ପ୍ରଶିକ୍ଷାର୍ଥୀ) କହିଛନ୍ତି ।”

“ଆମ ଉପରେ ବିଶ୍ବାସ କରିବା, ଆମକୁ ଚୟନ କରିବା ଏବଂ ଜୀବନ ବଦଳାଇବାର ଏହି ସୁଯୋଗ ଦେଇଥିବାରୁ ଆଦିତ୍ୟ ଆଲୁମିନା ରିଫାଇନାରୀ ଏବଂ ଏହି ପଦକ୍ଷେପ ପଛରେ ଥିବା ସମଗ୍ର ଟିମ୍ କୁ ଆମେ କୃତଜ୍ଞତା ଜଣାଉଛୁ ବୋଲି ଫୁଲଜୋବା ଗ୍ରାମର ରଜନୀ ମାଝୀ (ଆପାରେଲ ପ୍ରଶିକ୍ଷାର୍ଥୀ) କହିଛନ୍ତି ।

ପ୍ରସିଦ୍ଧ ଆଦିତ୍ୟ ବିର୍ଲା ଗ୍ରୁପ୍ ରେ ପେସାଦାର ପ୍ରଶିକ୍ଷଣ ନେବାର ସୁଯୋଗ ଆମେ କେବେ ବି ଭାବି ନଥୁଲୁ I ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବା, ପୂର୍ବ ନିଷ୍ଠାର ସହ ଶିଖୁବା ଏବଂ ସମସ୍ତଙ୍କୁ ଗର୍ବିତ କରିବାକୁ ପ୍ରତିଶ୍ରୁତି ଦେଉଛୁ I ପୁହୁଣ୍ଡିର ବିନତି ବାଗଙ୍କ (ଆପାରେଲ ପ୍ରଶିକ୍ଷାର୍ଥୀ) କହିବା ଅନୁଯାୟୀ ଆମେ ଆମର ଫୁଲଜୋବା ପୋଷାକ ୟୁନିଟରେ ଅନ୍ତର୍ଜାତୀୟ ମାନର ପୋଷାକ ତିଆରି କରିବାକୁ ପ୍ରତିଶ୍ରୁତି ଦେଉଛୁ । ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀମାନେ ଉଚ୍ଚ ପ୍ରଶଂସା କରିଥିଲେ, ଯାହା ଏହି ଅଞ୍ଚଳ ପାଇଁ ଏକ ସ୍ଥାୟୀ, ସମାବେଶୀ ଭବିଷ୍ୟତ ନିର୍ମାଣ ପାଇଁ ଆଦିତ୍ୟ ଆଲୁମିନା ରିଫାଇନାରୀର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...