32.9 C
Balāngīr
Saturday, July 12, 2025

ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳନ

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୯/୮) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଲୁଙ୍ଗୁରୁତାଲ୍ ଗ୍ରାମରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳନ କରାଯାଇଛି ।

ଏହି ଅବସରରେ CPI (ML) LIBERATION ର ରାଜ୍ୟ କମିଟି ସଭ୍ୟ ଅନାସିମ ଶବର, ବୃନ୍ଦାବନ ବିଡ଼ିକା ଓ ଜିଲ୍ଲା କମିଟି ସଭ୍ୟ ସଞ୍ଜୟ ଶବର, କରୁଣାକର ଲିମା, ସଂଜୀବ ଶବର, ମଜେଶ ଶବର ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦିବାସୀ ମାରଣା ନୀତି ବିରୁଦ୍ଧରେ ଚର୍ଚ୍ଚା କରିବା ସହିତ ଆଦିବାସୀ ମାନଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ । ଆଦିବାସୀ ମାନଙ୍କ ଜୀବନ ଜୀବିକା ହେଉଛି ଏଇ ବଣ ପାହାଡ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏଇ ଆଦିମ ଅଧିବାସୀ ମାନେ ବଣ ଜଙ୍ଗଲରେ ରହି, ଜଙ୍ଗଲ ଜାତ ଦ୍ରବ୍ଯ ଗୁଡିକୁ ବ୍ୟବହାର କରି ଜୀବନ ଵିତାଇଥାନ୍ତି ।

ତେଣୁ ଏହି ବଣ ଜଙ୍ଗଲରୁ ସେମାନଙ୍କୁ ତଡ଼ିବାକୁ ସରକାର ଯେଉଁ ପ୍ରୟାସ କରୁଛନ୍ତି ତୁରନ୍ତ ତାକୁ ବାତିଲ କରି , ଆଦିବାସୀ ମାନଙ୍କୁ ଜଙ୍ଗଲ ଜମିପଟ୍ଟା, ବଞ୍ଜର ପଟ୍ଟା, ଘର ଡିହ ପଟ୍ଟା ଯୋଗାଇ ଦେବାକୁ ଅନାସିମ ଶବର ସରକାରଙ୍କୁ ଅନୁରୋଧ କରିଥିଲେ । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବା ପାଇଁ ଚେତାବନୀ ଦେଇଥିଲେ । ରାଜ୍ୟ କମିଟି ସଭ୍ୟ ଅନାସିମ ଶବରଙ୍କ ନେତୃତ୍ୱରେ ଶହଶହ ଆଦିବାସୀ ମେଳି ହୋଇ ଏ‌ହି ବିଶ୍ୱ ଆଦିବାସୀ ଦିବସ ପାଳନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...