32.9 C
Balāngīr
Thursday, June 12, 2025

ଆନନ୍ଦପୁର ; ହୋଟେଲରେ ଖାଇ ସାରି ଟଙ୍କା ନଦେଇ ମାଲିକଙ୍କୁ ସଂଘବଦ୍ଧ ଆକ୍ରମଣ

Must read

ଆନନ୍ଦପୁର, (୦୯/୦୬) : ଆପ୍ର. : ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଧକୋଠା ବଜାରରେ ଜଣେ ହୋଟେଲ ମାଲିକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ଆକ୍ରମଣରେ ମାଲିକ ଦେବାଶିଷ ସାହାଣୀ ଆହତ ହୋଇଛନ୍ତି । ଦେବାଶିଷ ୨୦ ନମ୍ବର ଜାତୀୟ ରାଜପଥର ଧକୋଠାରେ ମଟନ ପଏଣ୍ଟ ନାମରେ ଏକ ହୋଟେଲ କରିଛନ୍ତି । ସୂଚନା ଅନୂସାରେ ଗତ ୨ ତାରିଖ ଦିନ ଧକୋଠା ନାହାଗୁଣା ଗାଁର କିଛି ଯୁବକ ହୋଟେଲରେ ଖାଇସାରିବା ପରେ ଟଙ୍କା ନଦେବାରୁ ବିବାଦ ଆରମ୍ଭ ହୋଇଥିଲା । ସମ୍ପୃକ୍ତ ଯୁବକମାନେ ହୋଟେଲରେ ହଙ୍ଗାମା କରିବାରୁ ଦେବାଶିଷ ୧୧୨କୁ ଫୋନ କରିଥିଲେ । ଘସିପୁରା ପୁଲିସ ପହଞ୍ଚି ସମ୍ପୃକ୍ତ ଯୁବକମାନଙ୍କୁ ବୁଝାସୁଝା କରି ବିଦା କରିଦେଇଥିଲା ।

ଦେବାଶିଷ ଗତକାଲି ସଂଧ୍ୟା ୭ଟା ବେଳେ ଧକୋଠା ବଜାରକୁ କିଛି ଜିନିଷ ଆଣିବାକୁ ଯାଇଥିଲେ । ଏହି ସମୟରେ ଧକୋଠାର ମୁନାପାତ୍ର, ନାହାଗୁଣାର ଲିଟୁ ପାତ୍ର, କାହ୍ନା ପାତ୍ରଙ୍କ ସମେତ ୭/୮ଜଣ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଦେବାଶିଷ ଏସମ୍ପର୍କରେ ଘସିପୁରା ଥାନାରେ ଏତଲା ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...