32.9 C
Balāngīr
Tuesday, May 13, 2025

ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

କାଶୀନଗର, (୦୧/୦୫) : ଆପ୍ର. : ସ୍ଥାନୀୟ ବସ୍ ଷ୍ଟାଣ୍ଡ ନିକଟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି ।

ଗଜପତି ଜିଲ୍ଲା ରଇତ କୁଲି ସଙ୍ଘ ସଭାପତି ଆର୍. ଲୋକନାଥମଙ୍କ ଅଧ୍ୟକ୍ଷତାରେ ଏ ଉପଲକ୍ଷେ ଆୟୋଜିତ ସମାବେଶରେ କାଶୀନଗର ନାଗରିକ ମହାସଭା ସଭାପତି ତଥା ବହୁ ଚର୍ଚ୍ଚିତ କବି ଓ ଲେଖକ ପ୍ରଶାନ୍ତ ମିଶ୍ର ମୁଖ୍ୟ ଅତିଥି ଏବଂ ଖଲାସି ସଙ୍ଘ ସଭାପତି ରମାକାନ୍ତ ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅଟୋ ଚାଳକ ସଙ୍ଘ ସମେତ ଅନ୍ୟ ଅନେକ ଶ୍ରମିକ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି କହିଥିଲେ ଯେ, ୧୮୪୮ରେ ଜର୍ମାନ ଦାର୍ଶନିକ ମାର୍କ୍ସ ଓ ଏଞ୍ଜେଲ୍ସଙ୍କ ଦ୍ୱାରା କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ ରଚିତ ହୋଇଥିଲା ଓ ସେଥିରେ ଦୁନିଆର ସମସ୍ତ ଶ୍ରମିକ ଏକ ହେବା ପାଇଁ ଆହ୍ୱାନ ଥିଲା ।

ଉକ୍ତ ଆହ୍ୱାନର ପ୍ରଭାବରେ ଆଟଲାଣ୍ଟିକ୍ ମହାସାଗର ଠାରୁ ପ୍ରଶାନ୍ତ ମହାସାଗର ଯାଏଁ ଓ ନିଉ ଇଂଲାଣ୍ଡ ଠାରୁ କାଲିଫର୍ନିଆ ଯାଏଁ ବିଭିନ୍ନ ଦେଶରେ ଶ୍ରମିକମାନେ ଏକାଠି ହୋଇ ଶୋଷଣ ଓ ଅତ୍ୟାଚାରର ପ୍ରତିବାଦ କରିଥିଲେ । ୮ ଘଣ୍ଟା କାର୍ଯ୍ୟ ଦିବସ ଦାବିରୁ ଆମେରିକାର ଚିକାଗୋ ସହରରେ ଆରମ୍ଭ ହୋଇ ଏ ଆନ୍ଦୋଳନ କ୍ରମଶଃ ପୁଞ୍ଜିବାଦ ଓ ସାମ୍ରାଜ୍ୟବାଦ ବିରୋଧରେ ସ୍ଵର ଉଠାଇଥିଲା ।

ଆଜି ବି ପୁଞ୍ଜିବାଦ ଦ୍ୱାରା କବଳିତ ପୃଥିବୀରେ ଶ୍ରମିକମାନେ ନିଜର ଦାବି ହାସଲ ଓ ଅଧିକାର ସାବ୍ୟସ୍ତ ପାଇଁ ଭାରତ ସମେତ ପୃଥିବୀର ଅନ୍ୟ ଅନେକ ଦେଶରେ ଆନ୍ଦୋଳନ କରୁଛନ୍ତି । ତେଣୁ ମେ’ ପହିଲା ଏକ ଛୁଟି ଦିନ ନୁହେ । ଏହା ଶ୍ରମିକମାନଙ୍କ ଦାବି ଅଧିକାର ସପକ୍ଷରେ ଲଢ଼ି ଶହୀଦ ହୋଇଥିବା ସଂଗ୍ରାମୀ ମାନଙ୍କୁ ମନେ ପକାଇବାର ଦିନ । ସେମାନଙ୍କ ତ୍ୟାଗ ତପସ୍ୟାରୁ ପ୍ରେରଣା ନେଇ ଆଗକୁ ବଢିବାର ସମୟ ।ସମାବେଶ ପରେ କାଶୀନଗର ଅଂଚଳର ବିଭିନ୍ନ ଶ୍ରମିକ ସଂଗଠନଗୁଡିକୁ ଏକାଠି କରି କାଶୀନଗର ୱାରକର୍ସ ୟୁନିଅନ୍ ଗଢିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆ ଯାଇଥିଲା ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...