ରାଇକିଆ, (୧୩/୦୩) : ଆ.ପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବେରଡ଼ାକିଆ ସ୍ଥିତ ଆଥଲେଟିକ ଆସୋସିଏସନ ଖେଳ ପଡ଼ିଆ ଠାରେ “ ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ “ ଆନୁକୁଲ୍ଯରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି ।
ଏଠାରେ ଆୟୋଜିତ ସଭାରେ ରାଇକିଆ ବ୍ଲକ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ପ୍ରୀତମ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ, ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ବେରେଡାକିଆ ସରପଞ୍ଚ ଶ୍ରୀ ଯୁକ୍ତ ଅକ୍ଷୟ ପ୍ରଧାନ, ରାଇକିଆ ସରପଞ୍ଚ ଶ୍ରୀ ମତୀ ଗୀତାଞ୍ଜଳି ନାୟକ, ସୁଧାକିରଣ କଲେଜ ର ପ୍ରତିଷ୍ଠାତା ଡ. ସନ୍ତୋଷ କୁମାର ନାୟକ, ରାଇକିଆ ICDS ର CDPO ଶ୍ରୀ ମତୀ ମଉନବତି ପାତ୍ର, ICDS ସୁପର୍ଭାଇଜର ଉଷାରାଣୀ ସାହୁ, ସ୍ଵାତୀ ଅନୁଷ୍ଠାନ ର କର୍ମୀ, RMC ର ଗଣେଶ ଚନ୍ଦ୍ର ବେହେରା, ନାରୀ ନେତ୍ରୀ କେଶମତି ପ୍ରଧାନ, ସମାଜ ସେବିକା ନଳିନୀ ପ୍ରଭା ମହାନାୟକ ପ୍ରମୁଖ ଯୋଗ ଦେଇ ସାମୁହିକ ଭାବେ ନିଆରା ଡଙ୍ଗରେ ଏକ ଫୁଲ ଗଛରେ ଜଳ ଅର୍ପଣ କରି କାର୍ଯକ୍ରମ ଟିକୁ ଉଦଘାଟନ କରିଥିଲେ ।
ମହିଳା ଦିବସର ଗୁରୁତ୍ଵ, ଦେଶ ଏବଂ ରାଜ୍ୟର ବିକାଶରେ ମହିଳାମାନଙ୍କ ଭୂମିକା ଗୁରତ୍ଵପୂର୍ଣ୍ଣ । ଯେଉଁ ଦେଶରେ ନାରୀମାନଙ୍କୁ ସମ୍ମାନ ଦିଆ ଯାଏ ନାହିଁ ସେ ଦେଶ କେବେ ବି ଅଗ୍ରଣୀ ନୁହେଁ ବୋଲି ମହତ୍ତ୍ଵ ପୂର୍ଣ୍ଣ ବାଣୀ କହିଥିଲେ । ସୁଧା କିରଣ ର ପ୍ରତିଷ୍ଠାତା କହିଥିଲେ । ଓ ପ୍ରେରଣା ଦାୟକ ବାର୍ତ୍ତା ଦେଇ ଥିଲେ । ଓ ମହିଳା ମାନଙ୍କୁ ଏ ଅବସରରେ ଗ୍ରାମ୍ୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ମହିଳା ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ମହିଳା ମାନେ ଯୋଗ ଦେଇ ସାହାରା କାର୍ଯ୍ୟାଳୟ ଠାରୁ ସଚେତନତା ବାର୍ତ୍ତା ଦେଇ ସହର ପରିକ୍ରମା କରି ଆଥଲେଟିକ ଆସୋସିଏସନ ପଡ଼ିଆ ଠାରେ ପହଞ୍ଚିଥିଲେ ।
ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ “ ର ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ ନାୟକ ଙ୍କ ସମେତ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ମୀରା ପ୍ରଧାନ, ପ୍ରୋଗ୍ରାମ ମ୍ଯାନେଜର ଶ୍ରୀ ସୁମିତ କୁମାର ବଳିୟାର ସିଂ, ଶ୍ରୀ ଦିବାକର ବର୍ଦ୍ଧନ, ମନୋଜ କୁମାର ମଲ୍ଲିକ, ରୁଦ୍ର ମାଧବ ପ୍ରଧାନ, ମେନକା ନାୟକ, କଳ୍ପନା ଦିଗାଳ , ରଶ୍ମିତା ନାୟକ, ବିବେକାନନ୍ଦ ଦିଗାଳ ଉପସ୍ଥିତ ଥିଲେ । ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବିବେକାନନ୍ଦ ଦିଗାଳ ଏବଂ ରଶ୍ମିତା ନାୟକ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ମୀରା ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ ।