32.9 C
Balāngīr
Tuesday, May 20, 2025

ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ଗୁଣପୁର, (୧/୫) : ଆପ୍ର. : ଆଜି ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଦେଇ ବାଇପାସ୍ ଛକରେ ସ୍ଥାପିତ ସ୍ବର୍ଗତ ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ନିକଟରେ ପହଞ୍ଚିଥିଲା ।WhatsApp Image 2025 05 01 at 17.36.51 ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ । ସେଠାରେ ମୋଟର କର୍ମଚାରୀ ସଂଘର ସଭାପତି ଆଇନଜୀବି ଫଣୀଭୁଷଣ ପଟ୍ଟନାୟକ ଓ ସିପିଆଇ ( ଏମ୍ ଏଲ୍ ) ଲିବରେସନର ରାଜ୍ୟ ସମ୍ପାଦକ ତ୍ରିପତି ଗମାଙ୍ଗ ପୁଷ୍ପମାଲ୍ୟା ଅର୍ପଣ କରିବା ପରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରେ ପତାକା ଉତ୍ତୋଲନ କରିଥିଲେ । ମେ ୧ ତାରିଖ ଦିନ ଆମେରିକାର ଚିକାଗୋ ସହରରେ ୧୮୮୬ ମସିହାରେ ୮ ଘଣ୍ଟା ଶ୍ରମ ଆଇନ ନେଇ ଲଢେଇରେ ଶ୍ରମିକ ମାନଙ୍କ ପାଇଁ ୮ ଘଣ୍ଟା ଶ୍ରମ ଆଇନ ସ୍ଥିର କରାଯାଇଛି । କିନ୍ତୁ ସରକାର ୧୨ ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟ କରିଛନ୍ତି ତେଣୁ ଏହି ୪ ଟି ଶ୍ରମ ଆଇନ ବାତିଲ କରିବା, ଘରୋଇ କରଣ ବନ୍ଦ କରିବା, କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା, ଓପିଏସ୍ କୁ ଲାଗୁକରିବା ଓ ଏନପିଏସ ଓ ୟୁପିଏସ କୁ ବାତିଲ କରିବା, ତିନୋଟି ଅପରାଧୀକ କଳା ଆଇନ ବାତିଲ କରିବା, କର୍ପୋରେଟ ଲୁଟ ବନ୍ଦ କରିବା, ଶ୍ରମିକ ମାନଙ୍କୁ ମାସିକ ୨୬ ହଜାର ଟଙ୍କା ପ୍ରଦାନ କରିବା ଓ ପେନସନ ୧୫ ହଜାର ଟଙ୍କା ପ୍ରଦାନ କରିବା ନେଇ ଫଂଣିଭୁଷଣ ପଟ୍ଟନାୟକ ଦାବି କରିଥିଲେ ।WhatsApp Image 2025 05 01 at 17.36.52 ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଶେଷରେ କାର୍ଯ୍ୟକ୍ରମରେ ଉପସ୍ଥିତ ଶହଶହ ପୁରୁଷ ଓ ମହିଳା ମାନଙ୍କ ପାଇଁ ମୋଟର ସଂଘ ତରଫରୁ ଏକ ନୈଷ ଭୋଜି ର ଆୟୋଜନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ତ୍ରିପତି ଗମାଙ୍ଗ ପରିଚାଳନା କରିଥିବା ବେଳେ ,ଫଣୀଭୁଷଣ ପଟ୍ଟନାୟକ (ସଭାପତି) , କିଶୋର ମହାନ୍ତି (କୋଷାଧ୍ୟକ୍ଷ), ପି ଭେକଂଟ ରାଓ, ଦିଲ୍ଲୀପ କୁମାର ପଟ୍ଟନାୟକ, ମୁନି ଶବର (ପାଚିକା ଓ ସହାୟିକା ସଂଘ ସଭାପତି) ଅନାସିମ ଶବର, ବୃନ୍ଦାବନ ବିଡିକା, କୈଳାସ ଶବର, ଦାସୁରୁ ବିଡିକା, ନିରଞ୍ଜନ ନିମାଲା, ସଂଜୀବ ଶବର, ମୋଜେସ ଶବର ପ୍ରମୁଖ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...