32.9 C
Balāngīr
Thursday, June 12, 2025

ଆପତ୍ତି ଅଭଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୪) : ଆସନ୍ତା ମଇ ୨୦ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ହେବ । ଏହି ପରିପେକ୍ଷୀରେ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଆପତ୍ତି ଅଭଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ । ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ୧୦ -ବଲାଙ୍ଗିର ସଂସଦୀୟ କ୍ଷେତ୍ରର ସୁବର୍ଣ୍ଣପୁର ଜିଲ୍ଲାର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରୂପେ ବାୱକର ସ୍ୱପ୍ନିଳ ଶରଦ (ଆଇଆରଏସ), ଓ ଜିଲ୍ଲା ଅନ୍ତର୍ଗତ ୬୪ – ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୬୫- ସୋନପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରମୋଦ ପି ଶାହକର (ଆଇଆରଏସ) ନିର୍ବାଚନ ଖର୍ଚ୍ଚ ତଦାରଖ କରିବାକୁ ଜିଲ୍ଲାରେ ଆସି ପହଞ୍ଚିଛନ୍ତି । ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୁଖ ସ୍ଥାନୀୟ ସର୍କିଟ ହାଉସ ଠାରେ ଅବସ୍ଥାନ କରୁଥିବା ବେଳେ ଜିଲ୍ଲାରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୁଖ ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ନିମନ୍ତେ ମୋବାଇଲ ନମ୍ବର ଜାରି କରିଛନ୍ତି ।

ବୀରମହାରାଜପୁର ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କୌଣସି ଅଭିଯୋଗ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି ଶାହକର ଙ୍କୁ ମୋବାଇଲ ନମ୍ବର ୮୨୮୦୮୬୮୯୫୧ ରେ ଏବଂ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ଲୋକସଭା ସାଂସଦ କ୍ଷେତ୍ର ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ବାୱକର ସ୍ୱପ୍ନିଳ ଶରଦ ଙ୍କୁ ମୋବାଇଲ ନମ୍ବର ୯୪୩୭୧୦୩୪୧୮ ରେ ଫୋନ ମାଧ୍ୟମରେ ନିର୍ବାଚନୀ ଖର୍ଚ୍ଚ ବାବଦରେ କୌଣସି ଅଭିଯୋଗ ସିଧାସଳଖ ଜଣେଇ ପାରିବେ । ନିର୍ବାଚନ ଶେଷ ଯାଏଁ ଏହି ନମ୍ବର ଉପଲବ୍ଧ ରହିବ । ଜନସାଧାରଣ ଏହାର ଉଚିତ ବିନିଯୋଗ କରିବାକୁ ଅନୁରୋଧ କରାଯାଇଛି l

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...