32.9 C
Balāngīr
Saturday, April 26, 2025

ଆପାର୍ଟମେଣ୍ଟ ଲୁଟେରାକୁ ଏନ୍‌କାଉଣ୍ଟର କଲା ପୋଲିସ : ପୋଲିସ୍ ଗୁଳିରେ ଅପରାଧୀ ଅର୍ଜୁନ ଘାଇଲା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୭/୦୨) : ଆପାର୍ଟମେଣ୍ଟ ଲୁଟେରାକୁ ଏନ୍‌କାଉଣ୍ଟର କଲା ପୋଲିସ। ପ୍ରଥମ ଥର ପାଇଁ ରାଜ୍ୟ ବାହାର ଲୁଟେରା ଅର୍ଜୁନ ଅନାରେକୁ ଏନ୍‌କାଉଣ୍ଟର କରାଯାଇଛି ।

ପାହାଳ ଥାନା ଅଞ୍ଚଳରେ ଏକ୍ ଆପାର୍ଟମେଣ୍ଟ ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି । ତେବେ ପୋଲିସ ଗୁଳି ମାଡ଼ରେ ଲୁଟେରା ଅର୍ଜୁନର ଗୋଡ଼ରେ ଗୁଳି ବାଜିଥିଲା। ହେଲେ ଅର୍ଜୁନର ଅନ୍ୟ ଲୁଟେରା ସାଥିମାନେ ଫେରାର ମାରିଥିଲେ । ତେବେ ଗୁରୁତର ଅବସ୍ଥାରେ ଅର୍ଜୁନକୁ ପୋଲିସ ଧରିବା ସହ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ସୂଚନା ଅନୁସାରେ , ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଅନାରେ ତାର ଗ୍ରୁପ ଆପାର୍ଟମେଣ୍ଟ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଦେଖି ଦେଇଥିଲା ।

ପୋଲିସକୁ ଦେଖି ଅର୍ଜୁନ ସହ ତାଙ୍କ ଗ୍ରୁପ ଫେରାର୍ ହେବା ପାଇଁ ବସିଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇଥିଲା । ସେହି ସମୟରେ ବାଲିଅନ୍ତା କେନାଲ ବନ୍ଧ ଉପରେ ଅର୍ଜୁନ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ପୋଲିସ ପାଲଟା ଗୁଳି ଚଳାଇବା ବେଳେ ଅର୍ଜୁନର ଗୋଡ଼ରେ ଗୁଳି ବାଜିଥିଲା। ଫଳରେ ଘଟଣାସ୍ଥଳରେ ଅର୍ଜୁନ ଆହତ ହୋଇ ପଡିଯାଇଥିବା ବେଳେ ଅନ୍ୟ ୪ ଜଣ ଲୁଟେରା ଫେରାର୍ ହୋଇଯାଇଥିଲେ। ତେଣୁ ପୋଲିସ ଅନ୍ୟ ଲୁଟେରା ମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

 

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...