32.9 C
Balāngīr
Tuesday, July 15, 2025

ଆବାସ ଯୋଜନା ଗୃହ ପ୍ରଦାନ ନିମନ୍ତେ ନୂତନ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ

Must read

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ମତେ...

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୪/୧) : ରାୟଗଡା ଜିଲ୍ଲାରେ ଗୃହହୀନ ଓ କଚ୍ଚା ଘରେ ରହୁଥିବା ସମସ୍ତ ପରିବାରଙ୍କୁ ପକ୍କା ଘର ପ୍ରଦାନ ନିମନ୍ତେ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି ।WhatsApp Image 2025 01 24 at 21.11.39 1 ଆବାସ ଯୋଜନା ଗୃହ ପ୍ରଦାନ ନିମନ୍ତେ ନୂତନ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ

ଜିଲ୍ଲା ପରିଷଦ, ରାୟଗଡା ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଶୁକ୍ରବାର ସକାଳେ ସ୍ଥାନୀୟ ରାୟଗଡ଼ ସଦର ପଞ୍ଚାୟତ ସମିତି ପରିସରରୁ ଶୁଭାରମ୍ଭ କରିଥିଲେ । ଶୁଭାରମ୍ଭ ସମୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ବ୍ଲକ ପ୍ରକଳ୍ପ ସଂଯୋଜକ ମୋହନ ମୂରଲୀ ହାତୀ, ବ୍ଲକ ଆବାସ ଯୋଜନା ସହାୟକ ନୀଳମଣି ପଣ୍ଡା ଓ ଅନ୍ୟାନ୍ୟ ବ୍ଲକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଜାନୁୟାରୀ ୨୪ ତାରିଖରୁ ପ୍ରାରମ୍ଭ ହୋଇଥିବା ଏହି ସର୍ଭେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସର୍ଭେ ନିମନ୍ତେ ପ୍ରତି ବ୍ଲକର କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି , ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟାନର ପ୍ରଦର୍ଶନ ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମ୍ୟ ସ୍ତରରେ ବହୁଳ ପ୍ରଚାର ଓ ପ୍ରସାର କରାଯାଉଅଛି । ରାୟଗଡା ବ୍ଲକ ରେ ୨୭୩ ଗୋଟି ରାଜସ୍ବ ଗ୍ରାମରେ ସର୍ଭେ ନିମନ୍ତେ ୫୭ ଜଣ କ୍ଷେତ୍ର କର୍ମଚାରୀ ନିଯୋଜିତ ଥିବା ଏବିଡିଓ କାଳୁ ଚରଣ ନାୟକ ପ୍ରକାଶ କରିଛନ୍ତି । ଚଳିତ ସର୍ଭେରେ ଆଶାୟୀ ପରିବାର ନିଜେ ମଧ୍ୟ ନିଜର ସର୍ଭେ କରିପାରିବା ଏହି ସର୍ଭେର ପ୍ରମୁଖ ବିଶେଷତ୍ଵ ।WhatsApp Image 2025 01 24 at 21.11.39 ଆବାସ ଯୋଜନା ଗୃହ ପ୍ରଦାନ ନିମନ୍ତେ ନୂତନ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ

ପରିବାରର ମହିଳା ମୁଖ୍ୟ ହିଁ କେବଳ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ହିତାଧିକାରୀ ଭାବେ ପରିଗଣିତ ହେବେ । ଆୱାସ ଆପ ଜରିଆରେ ସର୍ଭେ ଅନୁଷ୍ଠିତ ହେବ । ହିତାଧିକାରୀ ଭୂମିହୀନ ହୋଇଥିଲେ ଏହାର ତଥ୍ୟ ମଧ୍ୟ ଆପରେ ଉଲ୍ଲେଖ କରାଯିବ । ସର୍ଭେରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ତାଲିକା ଗ୍ରାମୱାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶନ କରାଯିବ ଫଳରେ ଯୋଗ୍ୟ ହିତାଧିକାରୀ ସୁଯୋଗ ପାଇପାରିବେ ।

ହିତାଧିକାରୀ ଚୟନ ପଦ୍ଧତିକୁ କୋହଳ କରାଯାଇ ଦୁଇ ଚକିଆ ଯାନ, ଫ୍ରିଜ ଅବା ଲ୍ୟାଣ୍ଡ ଲାଇନ ଫୋନ ଥିବା ପରିବାର ଅଯୋଗ୍ୟ ବିବେଚନା ହେବେନାହିଁ ଏବଂ ପରିବାର ମାସିକ ଆୟ ଦଶ ହଜାର ଟଙ୍କାରୁ ପନ୍ଦର ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପରିବର୍ତ୍ତିତ ଯୋଗ୍ୟତା ମାନଦଣ୍ଡ ଆଧାରରେ ବଳକା ଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଯୋଜନାରେ ଗୃହ ମଞ୍ଜୁର ଲକ୍ଷ୍ୟରେ ସରକାର ନୂତନ ସର୍ଭେ ଆରମ୍ଭ କରୁଥିବା ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ଖେମୁଣ୍ଡୁ କହିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ମତେ...

ବୀରମହାରାଜପୁର ଠାରେ ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର...

ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଦର୍ଶନ

ପୁରୁଷୋତ୍ତମପୁର, (୧୫/୦୭) :ଆପ୍ର. : ପୁରୁଷୋତ୍ତମପୁର ରଥସାହି ରେ ଦୀର୍ଘ ୩୫୦ ବର୍ଷ ରୁ ଅଧିକ ସମୟ ଧରି ବିଜେ କରିଥିବା ଜଗନ୍ନାଥ ମନ୍ଦିର ର ନବୀକରଣ ପାଇଁ ପୁରୀ ମୁକ୍ତି ମଣ୍ଡପ...

ପୁରୁଷୋତ୍ତମପୁର ବ୍ଳକ ର ପ୍ରସିଦ୍ଧ ଶୈବ ପୀଠ ଗୁଡିକରେ ଶ୍ରାବଣ ମାସ ପ୍ରଥମ ସୋମବାର ରେ ପ୍ରବଳ ଭିଡ଼

ଗଞ୍ଜାମ, (୧୫/୦୭) : ଆପ୍ର. : ବୋଲ୍ ବମ୍ ହରହର ବମ୍, ଓଁ ନମଃ ଶିବାୟ ଧ୍ବନିରେ ଉଛୁଳି ଉଠୁଛି ପୁରୁଷୋତ୍ତମପୁର ବ୍ଲକର ପ୍ରସିଦ୍ଧ ଶୈବ ପୀଠ ଗୁଡିକ । କାଉଡିଆ ମାନଙ୍କ ଶିବଙ୍କ...

ନାଗସାପ ଚୋଟରେ ବୃଦ୍ଧ ମୃତ

ଢେଙ୍କାନାଳ, (୧୪/୦୭) : ଆପ୍ର. : ନାଗସାପ ଚୋଟରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ୍ ବାଲିମି ଥାନା ଗାଲପଡ଼ା ଗାଁ'ରେ ଏଭଳି ଘଟଣା ଘଟିଛି...