32.9 C
Balāngīr
Tuesday, July 15, 2025

ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ,ସାଧାରଣ ଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୭/୦୨) : ସାଧାରଣ ଲୋକ ପୋଲିସ ଥାନା କୁ ଯିବାକୁ ଭୟ କରୁଥିବା ,ବିଭିନ୍ନ ମାମଲା ନେଇ ସଚେତନ ନ ଥିବାବେଳେ ଉପଯୁକ୍ତ ନ୍ୟାୟ ପାଇବା ରେ ବ୍ୟାଘାତ ସୃଷ୍ଟି ହୋଇ ଆସୁଥିବା ବେଳେ ସାଧାରଣ କିଭଳି ସଚେତନ ହେବେ ସେ ନେଇ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଆଦିବାସୀ, ଅଧ୍ୟୁଷିତ ଦାଦନ, ମାଓ ପ୍ରବଣ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଥାନା ରେ ନୂତନ ଥାନା ଅଧିକାରିଣୀ କଲ୍ୟାଣୀ ବେହେରା ଙ୍କ ଯୋଗ ଦେବା ସହ ତାଙ୍କ ନେତୃତ୍ୱ ରେ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଲୋକେ ଭୟ ନ କରି ବିଭିନ୍ନ ହିଂସା ର ଶିକାର, ଘରୋଇ ଉତ୍ପୀଡନ,ବିଭିନ୍ନ ପ୍ରକାର ବେଆଇନ୍ କାର୍ଯ୍ୟ ନେଇ ହଇରାଣ,ହରକତ ର ଶିକାର, ଅସାମାଜିକ କାର୍ଯ୍ୟ କଳାପ ର ଦମନ କରିବା ନିମନ୍ତେ ସାଧାରଣ ଓ ପୋଲିସ ମଧ୍ୟରେ ଉପଯୁକ୍ତ ସୁ ସମ୍ପର୍କ କିଭଳି ରହିବା ସହ ସାଧାରଣ ଲୋକଙ୍କ ସୁରକ୍ଷା ଯୋଗାଇ ଦେବା ନେଇ ବିଭିନ୍ନ ଅଞ୍ଚଳ ରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଟିଟିଲାଗଡ ଥାନା ଅଧୀନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ର ଲୋକ ଙ୍କୁ ଏକଜୁଟ ସହ ବୈଠକ ଓ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବିଭିନ୍ନ ମହଲ ରେ ବେଶ୍ ପ୍ରଶଂସା କରାଯାଉଛି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...