ବଲାଙ୍ଗୀର, (୧୭/୦୩) : ଆ.ପ୍ର. : ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡ଼ିଆରେ ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି ।
କୃଷି ମନ୍ତ୍ରୀ ତଥା ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ତାଙ୍କ ସହିତ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପାଞ୍ଚ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ କୃଷି ଉପକରଣ ପ୍ରଦର୍ଶନ କରାଯାଇଥିଲା । ପ୍ରାୟ ୧୦୦ ଟି ଷ୍ଟଲ ଲାଗି ଏହି କୃଷି ଯନ୍ତ୍ରପାତି ସଂସ୍ଥା, ବିତରକ ସଂସ୍ଥା, ଋଣ ପ୍ରଦାନକାରୀ ସଂସ୍ଥା ଉପସ୍ଥିତ ଥିଲେ ।
ମୁଖ୍ୟ ଅତିଥି କାର୍ଯକ୍ରମ କୁ ଶୁଭାରମ୍ଭ କରିବା ପରେ ଷ୍ଟଲ ଗୁଡ଼ିକୁ ବୁଲି ଦେଖିଥିଲେ । ଏହା ପରେ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା । ଅତିଥି ମାନେ ତାଙ୍କର ବକ୍ତବ୍ୟ ରଖି ଏହି କୃଷି ଯନ୍ତ୍ରପାତି ମେଳାର ଲାଭ ଉଠାଇବାକୁ ଚାଷୀ ମାନଙ୍କୁ ଆହ୍ବାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ୧୪ ଟି ବ୍ଲକ ରୁ ହଜାର ସଂଖ୍ୟାରେ ଚାଷୀ ଭାଇ ଭଉଣୀ ମାନେ ଯୋଗଦେଇଥିଲେ ।