32.9 C
Balāngīr
Sunday, April 20, 2025

ଆର୍ଯ୍ୟ ସମାଜ ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କ ସାଂଗଠନିକ ବୈଠକ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୩) : ପଶ୍ଚିମ ଓଡିଶା ଆର୍ଯ୍ୟ ସମାଜ ଅନ୍ତର୍ଗତ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲ୍ଲା ତ୍ରୟକୁ ନେଇ ଗଠିତ ବଲାଙ୍ଗୀର ବିଭାଗର ପ୍ରମୁଖ କାର୍ଯ୍ଯକର୍ତ୍ତାଙ୍କ ଏକ ସାଂଗଠନିକ ବୈଠକ ଆଜି ସ୍ଥାନୀୟ ଦୟାନନ୍ଦ ପ୍ଲେ ସ୍କୁଲ ପଟାଭାଡି ଠାରେ ଅନୁଷ୍ଠିତ ହୋଇଯାଇଛି ।

ଆର୍ଯ୍ୟସମାଜର ଶତାଧିକ ସକ୍ରିୟ ସଦସ୍ଯ ଓ ସଦସ୍ଯା ଏଥିରେ ଯୋଗଦେଇ ଆର୍ଯ୍ୟସମାଜର ୧୫୦ ତମ ପ୍ରତିଷ୍ଠା ବର୍ଷକୁ ଭବ୍ୟତାର ସହ ପାଳନ କରିବାପାଇଁ ମତ ରଖିଥିଲେ । ନବ ପ୍ରଭାତ ଆଶ୍ରମ, ପଦ୍ମପୁର ର ଆଚାର୍ଯ୍ଯ ପଣ୍ଡିତ ବୃହସ୍ପତି ଶାସ୍ତ୍ରୀ ପଶ୍ଚିମ ଓଡିଶା ଆର୍ଯ୍ୟସମାଜର ସଭାପତିଙ୍କ ପୌରହିତ୍ୟ ରେ ସଭା କାର୍ଯ୍ୟ ହୋଇଥିଲା, ରାଜ କୁମାର ବରାଡ ସଭା ସଂଯୋଜନା କରିଥିଲେ। ପଣ୍ଡିତ ଦୀନମଣି ବାରିକ ବୈଠକ ଓ ଯଜ୍ଞ ପରିଚାଳନା କରିଥିଲେ । ଶିବ ପ୍ରସାଦ ପାତ୍ର ବ୍ଯବସ୍ଥା ଦାୟିତ୍ବ ପରିଚାଳନା କରିବା ସହ ବୈଠକ କୁ ବ୍ୟବସ୍ଥିତ ଓ ସଫଳ କରିବାରେ ଉଦ୍ୟମ କରିଥିଲେ। ଆଗାମୀ ଦିନରେ ବରଗଡ, ସମ୍ବଲପୁର ଓ ସୁନ୍ଦରଗଡ ବିଭାଗର ବୈଠକ ସମ୍ବନ୍ଧରେ ବିଚାର ବିମର୍ଶ କରାଯାଇ ଥିଲା ।

ବୈଠକରେ ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ପୂର୍ବତନ ସଂପାଦକ ଆନନ୍ଦ କୁମାର ଶାସ୍ତ୍ରୀ, ପୂର୍ଣ୍ଣାନନ୍ଦ ଶାସ୍ତ୍ରୀ, ପଣ୍ଡିତ ନିରଞ୍ଜନ ସାହୁ ଆଦି ଅନେକ ଗଣ୍ଯମାନ୍ଯ ବ୍ଯକ୍ତି ବୈଠକରେ ଉପସ୍ଥିତ ହୋଇ ମାର୍ଗ ଦର୍ଶନ କରିଥିଲେ। ଧର୍ମାନ୍ତରଣ, ଅରାଷ୍ଟ୍ରୀୟ ଗତିବିଧି ସହ ପାଖଣ୍ଡ, ଅନ୍ଧବିଶ୍ବାସ, ଜନ୍ମଗତ ଜାତିପ୍ରଥାର ବିରୁଦ୍ଧରେ ଆର୍ଯ୍ୟସମାଜ ସର୍ବଦା ଜାଗ୍ରତ ଥାଏ, ତେଣୁ ଜନ ସାଧାରଣ ଆର୍ଯ୍ୟସମାଜ ରୂପକ ଏହି ସାମାଜିକ କ୍ରାନ୍ତି ଅବା ଆନ୍ଦୋଳନରେ ଭରପୂର ସହଯୋଗ କରିବା ପାଇଁ ଉପସ୍ଥିତ ନେତୃତ୍ବ ଆହ୍ବାନ କରିଥିଲେ । ଆଚାର୍ଯ୍ଯ ବେଦପ୍ରକାଶ ସମାରୋପ ବିଚାର ରଖି ଥିଲେ। ଶାନ୍ତି ପାଠ ପରେ କାର୍ଯ୍ୟକ୍ରମ ସମାପନ ହୋଇ ଥିଲା। ଶେଷରେ ଇଶ୍ବରଙ୍କ ଆଶୀର୍ବାଦ କ୍ରମେ ଅନ୍ନ ଯଜ୍ଞର ବ୍ଯବସ୍ଥା ରଖା ଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...