32.9 C
Balāngīr
Sunday, April 20, 2025

ଆସନ୍ତାକାଲି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

କେନ୍ଦୁଝର, (୧୦/୦୪) : ଆପ୍ର. : ଆସନ୍ତାକାଲି ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସେ ସକାଳ ସାଢ଼େ ୮ ଟା ସମୟରେ ଭୁବନେଶ୍ଵର ବିମାନ ବନ୍ଦରରୁ ହେଲିକ୍ୟାପ୍ଟର୍ ଯୋଗେ ବାହାରି ସକାଳ ସାଢେ ୯ଟାରେ କେନ୍ଦୁଝର ରିଜର୍ଭ ପଡ଼ିଆରେ ଅବତରଣ କରିବେ । ସେଠାରୁ ସେ କେନ୍ଦୁଝର ସର୍କିଟ ହାଉସ ଯାଇ ସେଠାରେ ଅବସ୍ଥାନ କରିବେ । ସେଠାରୁ ୯ଟା ୫୫ ମିନିଟ୍ ରେ ବାହାରି କେନ୍ଦୁଝର ହ୍ୟାଣ୍ଡବଲ୍ ପଡ଼ିଆରେ ପହଞ୍ଚି ୩୯ ତମ ଜାତୀୟ ବାଳକ ସବ୍-ଜୁନିୟର୍ ହ୍ୟାଣ୍ଡବଲ୍ ଚମ୍ପିଆନସିପ୍ ରେ ଯୋଗଦେବେ ।

ସେଠାରୁ ୧୦ଟା ୩୫ ମିନିଟ୍‌ରେ ବାହାରି କାଳି ପଡ଼ିଆରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ୧୧୪ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳରେ ପହଞ୍ଚିବେ । ସେଠାରୁ ୧୧ ଟା ୧୦ ମିନିଟ୍ ରେ ବାହାରି ୧୧ ଟା ୩୫ ମିନିଟ୍ ରେ ବିରକିଶୋରପୁର ମଣ୍ଡଳପାଟ ନୋଡ଼ାଲ୍ ଉଚ୍ଚବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ । ସେଠାରୁ ମଧ୍ୟାହ୍ନ ଗୋଟାଏ ରେ ବାହାରି ସର୍କିଟ ହାଉସ ପ୍ରତ୍ୟାବର୍ତ୍ତନ କରିବେ ।

ପରେ ସର୍କିଟ ହାଉସ ରୁ ଅପରାହ୍ନ ୪ ଟା ରେ ସଡ଼କ ପଥର ବାହାରି ୪ ଟା୨୫ ମିନିଟ୍ ରେ ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୭ ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ସେଠାରୁ ସଂଧ୍ୟା ସାଢ଼େ ୬ଟାରେ ବାହାରି ୬ଟା ୫୦ ମିନିଟ୍ ରେ ମୁରୁସୁଆଁ ଗ୍ରାମ ପଞ୍ଚାୟତ କ୍ରିକେଟ୍ ପଡ଼ିଆରେ ପହଞ୍ଚି ADL ମେମେରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଯୋଗଦେବେ । ଏହାପରେ ମୁଖ୍ୟମନ୍ତ୍ରୀ ସେଠାରୁ ରାତି ସାଢ଼େ ୮ ଟା ରେ ବାହାରିସର୍କିଟ ହାଉସରେ ୮ ଟା ୫୦ ମିନିଟ୍ ରେ ପହଞ୍ଚି ରାତ୍ରୀଯାପନ କରିବେ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...