ଗଞ୍ଜାମ, (୦୫/୦୫) : ଆପ୍ର. : ଆସନ୍ତା ଆଠ ତାରିଖ ରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଗାଙ୍ଗଦହଣୀ ପଞ୍ଚାୟତ ଗ୍ରାସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ବ୍ୟବସ୍ତା ଯୁଦ୍ଧ କାଳୀନ ଭିତିରେ କରା ଯାଉ ଥିବାର ସୂଚନା ମିଳୁଛି । ମଳିଥିବା ଖବର ପ୍ରକାରେ, ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ପାଳନ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଯୋଗଦେବା ର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଯେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଓ ଜିଲ୍ଲାର ସମସ୍ତ ବିଧାୟକ ମଧ୍ଯ ଯୋଗଦେବେ । ସେଥିପାଇଁ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସଂଯୋଜନାରେ ବିଦ୍ୟାଳୟ ପରିସର ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହାସହିତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆସି ପାରିପାର୍ଶିକସ୍ଥିତି ଓ ଭିତିଭୂମିର ସମୀକ୍ଷାକରି ବିଭାଗୀୟ ଅଧିକାରୀ ଓ ଆଇନ ଶୃଙ୍ଖଳା ଅଧିକାରୀ ଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି । ସେମାନେ ହେଲେ ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାବାହୀ ଅଧୂକାରୀ ମଧୂମିତା, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର,ଏବିଡିଓ ନିରାକାର ଯେନା, ଜିଲ୍ଲା ଶିକ୍ଷାଅଧୂକାରୀ ଅଜୟକୁମାର ପାତ୍ର, ବ୍ଲକ ଶିକ୍ଷାଅଧୂକାରୀ କିଶୋରକୁମାର ବେହେରା, ପ୍ରଧାନଶିକ୍ଷୟିତ୍ରୀ ଅନୁକମ୍ପା କାନୁନଗୋଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲର ପୁରାତନ ଛାତ୍ର, ଛାତ୍ରୀ ଏବଂ ଉପସ୍ଥିତ ଛାତ୍ର, ଛାତ୍ରୀ, ଓ ଜନପନିଧୂମାନେ ଉପସ୍ଥିତ ଥିଲେ ।
ଏହି ବିଦ୍ୟାୟଲୟ ଟି ପ୍ରାକସ୍ବାଧୀନତା କାଳରେ ୨୮.୧୦.୧୯୨୫ ମସିହାରେ ପ୍ରତିଷ୍ଠା ଲାଭକରିଥିଲା । ଏବଂ ଏହାର ସତବାର୍ଷିକୀ ପାଳନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତରେ କରାଯିବାକୁ ବ୍ୟବସ୍ତା ସ୍ଥିରୀକୃତ ହୋଇଥିଲା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ସ୍ୱୀକୃତି ଦେଇଥିଲେ । ଯାହା ଆଗାମୀ ଆଠ ତାରିଖ ଦିନ କାର୍ଯ୍ୟକାରି ହେବ ।