32.9 C
Balāngīr
Thursday, July 10, 2025

ଆସିଲା ୩୦୦ ଆଳୁ ଟ୍ରକ୍‌; ହେଲେ ଖୁଚୁରା ବଜାରରେ କମୁନି

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୧/୦୮) : ରାଜ୍ୟରେ ୪୦ ଟଙ୍କା ତଳକୁ ଖସିଲା ଆଳୁ ଦର । କାରଣ ରାଜ୍ୟର ବିଭିନ୍ନ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ ଆଳୁ ।

ଆସିଲା ୩୦୦ ଆଳୁ ଟ୍ରକ୍‌; ହେଲେ ଖୁଚୁରା ବଜାରରେ କମୁନି । ପଶ୍ଚିମବଙ୍ଗରୁ ୨୭୦ଟି ଆଳୁ ଗାଡ଼ି ଆସିଥିବା ବେଳେ ଉତ୍ତରପ୍ରଦେଶରୁ ୩୦ ଟ୍ରକ୍‌ ଆସିଛି । ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଏବେ ମଧ୍ୟ ରାଜ୍ୟ ସୀମାରେ ପଶ୍ଚିମବଙ୍ଗ ପୁଲିସ ଆଳୁ ଗାଡ଼ିକୁ ଓଡ଼ିଶାକୁ ପଶିବାକୁ ଅନୁମତି ଦେଉନି। ଏଣୁ ବାଧ୍ୟହୋଇ ପାଇକାରୀ ବ୍ୟବସାୟୀ ଅଧିକ ଗାଡ଼ି ଭଡ଼ା ଦେଇ ଝାଡ଼ଖଣ୍ଡ ରାସ୍ତାରେ ରାଜ୍ୟକୁ ଆଳୁ ବୋଝେଇ ଟ୍ରକ୍ ଆଣୁଛନ୍ତି ।

ରାଜ୍ୟକୁ ଏକକାଳୀନ ଏତେ ସଂଖ୍ୟକ ଆଳୁ ଗାଡ଼ି ଆସିଥିବାରୁ ପାଇକାରୀ ବଜାରରେ ଦର ଏବେ କିଲୋ ପିଛା ୩୦ ଟଙ୍କା ରହିଛି । ଯଦିଓ ପାଇକାରୀ ଦର କିଲୋ ପିଛା ୫ ଟଙ୍କା ପର୍ଯ୍ୟନ୍ତ ଖସିଛି, ଆଳୁର ଖୁଚୁରା ଦର କିନ୍ତୁ ଖସୁନି । ଏବେ ମଧ୍ୟ ଖୁଚୁରା ବଜାରରେ କେଉଁଠି କେଉଁଠି ଆଳୁ କିଲୋ ୪୦ ଟଙ୍କା ଉପରେ ବିକ୍ରି ହେଉଛି । ଏହାକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଏକ ନମ୍ବର ହାଟରେ ଚଢ଼ଉ କରାଯାଇ କିଲୋ ପିଛା ୩୫ରୁ ୩୮ ଟଙ୍କାରେ ବିକିବାକୁ ତାଗିଦ କରାଯାଇଛି । ଅନ୍ୟପଟେ ବଜାର ଦରରେ ସ୍ଥିରତା ଆଣିବାକୁ ସରକାର ନିଜେ ଆଳୁ ବେପାରକୁ ଓହ୍ଲାଇଛନ୍ତି ।

ଯୋଗାଣ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆଳୁ କିଣାଯାଇ ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ବିକ୍ରି ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱରରେ ଥିବା ୯୯ଟି ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ଖାଉଟିଙ୍କୁ ଶସ୍ତାରେ ଆଳୁ ଯୋଗାଣ ଆରମ୍ଭ ହୋଇଛି। ଏସବୁ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଲୋକମାନେ ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇପାରିବେ। ଯେ ପର୍ଯ୍ୟନ୍ତ ବଜାର ଦରରେ ସ୍ଥିରତା ନ ଆସିଛି, ସେ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଶସ୍ତାରେ ଆଳୁ ଯୋଗାଣ ଜାରି ରହିବ ବୋଲି କୁହାଯାଇଛି ।

ଅନ୍ୟପଟେ ଆଳୁର ଚଢ଼ା ଦର ଦେଖି ଷ୍ଟ୍ରିଟ୍‌ ଫୁଡ୍‌ ଭେଣ୍ଡର ଦହିବରା ଆଳୁଦମ, ଦୋସା ଆଦିରୁ ଆଳୁ ପରିମାଣ କମାଇ ଦେଲେଣି। ସେମାନଙ୍କ କହିବା କଥା, ଖାଦ୍ୟ ଦାମ ବଢ଼େଇଲେ ଗ୍ରାହକ ଗ୍ରହଣ କରୁନାହାନ୍ତି। ତେଣୁ ବାଧ୍ୟ ହୋଇ ଖାଦ୍ୟ ସାମଗ୍ରୀରେ ଆଳୁ ପରିମାଣକୁ କମ କରିବାକୁ ପଡୁଛି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...