ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୮/୧) : ଆଜି କାଶୀନଗର ଆୟପ୍ପା ବ୍ରତ ଧାରୀଙ୍କ ଦୀର୍ଘ ଦିନ ର ନିଷ୍ଠା ବ୍ରତ ପରେ ଆଜି ଗ୍ରାମ ପରିକ୍ରମା କରି ଜ୍ୟୋତି ଦର୍ଶନ ପାଇଁ ଭକ୍ତ ମାନେ କେରଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
ଜ୍ୟୋତି ସ୍ୱାମୀ ଓ କୁମାର ସ୍ୱାମୀଙ୍କ ନେତୃତ୍ୱ ରେ ୮୦ ଜନ ଆୟପ୍ପା ବ୍ରତ ଧାରୀ ମାନେ ଦୁଇଟି ବସ ଯୋଗେ କେରଳ ଅଭିମୁଖେ ଯାତ୍ରା ଅରମ୍ଭ କରିଛନ୍ତି । ଦୀର୍ଘ କାର୍ତିକ ମାସ ରୁ ବହୂ କଷ୍ଟ ସହି ଏହି ଦୀକ୍ଷା ରେ ଦୀକ୍ଷିତ ହୋଇ ଆଜି ଇରିମୁଡି ଧରି ଯାତ୍ରା ଅରମ୍ଭ କରିଛନ୍ତି । ଏମାନେ କାଶୀନଗର ର ଗ୍ରାମ ଦେବୀ, ରାମ ମନ୍ଦିର, ମଦନ ମୋହନ ମନ୍ଦିର, ଜଗନ୍ନାଥ ମନ୍ଦିର ଦର୍ଶନ କରି ବାହାରିଛନ୍ତି । ଆଗାମୀ ମକର ସଂକ୍ରାନ୍ତି ରେ ସେମାନେ ପର୍ବତ ଉପରେ ଥିବା ଆୟପ୍ପା ମନ୍ଦିର ରେ ରହି ଜ୍ୟୋତି ଦର୍ଶନ କରିବେ, ସେଠାରୁ ତିରୁପତି, କନକ ଦୁର୍ଗା ଦର୍ଶନ କରି ନିଜ ଘର କୁ ଫେରିବେ ବୋଲି ଗୁରୁ ସ୍ୱାମୀ ଜ୍ୟୋତି କହିଛନ୍ତି ।