ରିପୋର୍ଟ: ପ୍ରଣତି ସାବତ //
କାଶୀନଗର (୦୭/୧୨): ଗଜପତି ଜିଲ୍ଲା ର କାଶୀନଗର ଗ୍ରାମ ରେ ଆୟପ୍ପା ଭକ୍ତ ମାନେ ଆୟପ୍ପା ଙ୍କୁ ଗ୍ରାମ ପରିକ୍ରମା ପୂଜା ଅନୁଷ୍ଠିତ ହୋଇଛି |
ଆଜି ସନ୍ଧ୍ୟାରେ ଆୟପ୍ପା ସ୍ୱାମୀ ଙ୍କୁ ଏକ ପାଲିଙ୍କି ରେ ବସାଇ ସ୍ଥାନୀୟ ବଂଶଧରା ନଦୀକୂଳ ରେ ଥିବା ମନ୍ଦିର ରୁ ବାହାରି ବସ ଷ୍ଟାଣ୍ଡ, ପୋଲିସ ଥାନା ଛକ ଦେଇ ସମଗ୍ର ଗ୍ରାମ ପରିକ୍ରମା କରିଥିଲା | ଆୟପ୍ପା ଭକ୍ତ ମାନେ ବିଭିନ୍ନ ନାରା ଦେଇ ଜୟ ଜୟ କାର କରି ଗ୍ରାମ ରେ ଏକ ଭକ୍ତିମୟ ପରିବେଶସୃଷ୍ଟି ହୋଇଥିଲା କାଶୀନଗର ସହର ରେ ଜ୍ୟୋତି ଗୁରୁଃସ୍ୱାମୀ ଙ୍କ ଦ୍ୱାରା ପ୍ରାୟ ଦୁଇଶହ ଭକ୍ତ ଏହି ମାଳ ଧାରଣା କରି 41 ଦିନ ବ୍ରତ ଧାରଣା ପରେ ଆୟପ୍ପା ମନ୍ଦିର କେରଳ ଯାଆନ୍ତି, ଏହି ଭକ୍ତ ଙ୍କ ମଧରେ ରାଜୁ ସ୍ୱାମୀ, ରାମରାଓ ସ୍ୱାମୀ, ଚିନୁ ସ୍ୱାମୀ ଓ ଭେଙ୍କଟ ରାଓ ସ୍ୱାମୀ ଏହି ନଗର ପରିକ୍ରମା ରେ ଭାଗ ନେଇଥିଲେ |