32.9 C
Balāngīr
Tuesday, May 13, 2025

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଏ.ଆର୍.ଆଇ.

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୮/୧୨) : ନିଜ ଆୟର ୨୭୩ ପ୍ରତିଶତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇ କୋର୍ଟ ଚାଲାଣ ହେଲେ ଏ.ଆର୍. ଆଇ. ସୁରେନ୍ଦ୍ର କୁମାର ତନ୍ତୀWhatsApp Image 2024 12 28 at 11.55.26 ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଏ.ଆର୍.ଆଇ.

୨୬ ତାରିଖ ସୁରେନ୍ଦ୍ରଙ୍କ କାର୍ଯ୍ୟରତ ବୋରିଗୁମ୍ମା ତହସିଲ ଅନ୍ତର୍ଗତ କୁମୁଲି ଆର୍.ଆଇ. କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଏକ କାଳୀନ ଭିଜିଲାନ୍‌ସ୍ ଚଢ଼ାଉ ଜାରି ରହିଥିଲା । ଚଢ଼ାଉ ସମୟରେ ୩ଟି ବହୁତଳ ପ୍ରାସାଦ, ୮୪ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଓ ବୀମା । ଜୟପୁର ବନ୍ଦୋବସ୍ତ କାର୍ଯ୍ୟାଳୟ ଠାରେ ଚୁକ୍ତି ଭିତ୍ତିକ ପିଅନ୍ ଭାବରେ ୫୪୫ ଟଙ୍କା ଦରମାରେ ଚାକିରୀ କରିଥିଲେ ସୁରେନ୍ଦ୍ର କୁମାର । ୨୦୦୯ ମସିହାରେ ଚାକିରୀ ନିୟମିତ ହୋଇଥିଲା । ୨୦୧୪ ମସିହା ପର୍ଯ୍ୟନ୍ତ ଦଶମନ୍ତପୁର ତହସିଲ ପିଅନ୍ ଭାବରେ କାମ କରୁଥିଲେ । ୨୦୧୫ ମସିହାରେ ଏ.ଆର୍.ଆଇ ଭାବରେ ପଦୋୟତି ପାଇଥିଲେ ।

ଏହି ୯ ବର୍ଷ ମଧ୍ୟରେ ୩ଟି ବହୁତଳ ପ୍ରାସାଦ,୧୭ଟି ପ୍ଲଟ୍, ୮୪ ଲକ୍ଷ ଟଙ୍କା ଜମା ଓ ବୀମା , ୧୫୨ ଗ୍ରାମ୍ ସୁନା ଅଳଙ୍କାର, ୩ ଟି ଦାମି ଚାରି ଚକିଆ ଗାଡ଼ି, ନଗଦ ୧ ଲକ୍ଷ ୫୫ ହଜାର ଟଙ୍କା ଠୁଳ କରି ପାରିଥିଲେ ଗିରଫ ଏ.ଆର୍.ଆଇ ସୁରେନ୍ଦ୍ର କୁମାର ତନ୍ତୀ । ପଚରା ଉଚୁରା ସମୟରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିବାରୁ ୨୭ ତାରିଖ କୋରାପୁଟ ଭିଜିଲାନ୍‌ସ୍ ପିଏସ କେସ୍ ନଂ.୧୩(୨) rw୧୩(୧)b ୧୨ pc(amendment)act,୨୦୧୮ ଅନୁସାରେ a.r.i & his spouse ନାମରେ ମାମଲା ରୁଜ୍ଜୁ କରାଯାଇ ଏ.ଆର୍.ଆଇ. ସୁରେନ୍ଦ୍ର କୁମାର ତନ୍ତୀଙ୍କୁ ଦୁର୍ନୀତି ନିବାରଣ ବିଭାଗ ମାନ୍ୟବର ସ୍ଵତନ୍ତ୍ର ବିଚାରପତିଙ୍କ ଅଦାଲତକୁ ଫରୱାର୍ଡ କରାଯାଇଛି । ବର୍ତ୍ତମାନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ଦେଖିବାକୁ ବାକି ରହିଲା ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...