ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୩/୧) : କୁନି ବୟସ ରେ ଅନନ୍ୟ ପ୍ରତିଭା ର ଅଧିକାରୀ l ମାତ୍ର ଚାରି ବର୍ଷ ବୟସ ରେ ନିଜ ମେଧାଶକ୍ତି ଓ ବୁଦ୍ଧିମତା ବଳରେ ସାଉଁଟିଛନ୍ତି ଇଣ୍ଡିଆ ଵୁକ୍ ଅଫ ରେକର୍ଡ ର ସଫଳତା l
ଏପରି ଜଣେ ବିସ୍ମୟ ବାଳକ ହେଉଛନ୍ତି ବାଲିଗୁଡା ଇଲେକ୍ଟ୍ରି ସାହି ର କୃଷ୍ଣ ଚନ୍ଦ୍ର ମହାରଣା ଓ ଶିବାନୀ ମହାରଣା ଙ୍କ ଚାରି ବର୍ଷ ର ପୁଅ ଶିଭାନ୍ସ ମହାରଣା l ଇଣ୍ଡିଆ ମ୍ୟାପ ପଯଲ ରେ ଶିଭାନ୍ସ ମାତ୍ର ଏକ ମିନଟ ତେଇଶି ସେକେଣ୍ଡ ରେ ନିଜ ଉପସ୍ଥିତ ବୁଦ୍ଧି ଓ ମେଧାଶକ୍ତି ସହାୟତା ରେ ସମାଧାନ କରି ଏହି ବିରଳ ରେକର୍ଡ ର ଅଧିକାରୀ ହୋଇ ପାରିଛନ୍ତି l ଭାରତୀୟ ମାନଚିତ୍ର ର ୧୩ ଗୋଟି ଅଂଶ ବିଶେଷ କୁ ବିନା ରଙ୍ଗ ଓ ବିନା ନାମ ରେ ସଠିକ ଭାବେ ସଜେଇବାକୁ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ କୁହାଯାଇଥିଲା l କିନ୍ତୁ ବିନା ରଙ୍ଗ ଓ ନାମ ବିନା ଶିଭାନ୍ସ ନିର୍ଭୁଲ ଭାବେ ଇଣ୍ଡିଆ ମ୍ୟାପ କୁ ସ୍ଥାନିତ କରିପାରି ଏହି ଟାଇଟଲ ହାସଲ କରିଛନ୍ତି l
ଶିଭାନ୍ସ ଙ୍କୁ ଏଥିପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ ତରଫରୁ ମାଗାଜିନ,ଟାଇଟଲ ଓ ପ୍ରମାଣ ପତ୍ର ଶିଭାନ୍ସ ଙ୍କ ନିକଟରେ ପହଂଚିଛି l ମାତ୍ର ଚାରି ବର୍ଷ ବୟସ ରେ ଶିଭାନ୍ସ ବାଲିଗୁଡା ସହର ତଥା କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଥିବା ରୁ ତାଙ୍କୁ ବିଭିନ୍ନ ମହଲ ରୁ ପ୍ରଂଶସା ର ସୁଅ ଛୁଟୁଛି l ଶିଭାନ୍ସ ବର୍ତମାନ ବାଲିଗୁଡା ନୁଆସାହି ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ରେ ନର୍ସରୀ ଶ୍ରେଣୀ ରେ ପାଠ ପଢ଼ୁଥିବା ବେଳେ ତାଙ୍କ ସଫଳତା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ପୁରସ୍କୃତ ମଧ୍ୟ କରାଯାଇଛି l ଶିଭାନ୍ସ ଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ର ଅଧକ୍ଷ୍ୟ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ସଫଳତା ର ସମସ୍ତ ଶ୍ରେୟ ଦେବା ସହ କୃତଜ୍ଞତା ଜଣେଇଛନ୍ତି ଶିଭାନ୍ସ ଙ୍କ ପିତା ମାତା l
ତେବେ କୁନି ବୟସ ରେ ଏହି ବିରଳ ରେକର୍ଡ ର ଅଧିକାରୀ ହୋଇ ବାଲିଗୁଡା ସହର ପାଇଁ ଗୌରବ ଆଣିଥିବା ନେଇ ବେଶ ଖୁସି ପ୍ରକଟ କରିଛନ୍ତି ଶିଭାନ୍ସ ଙ୍କ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ l ଏହି ସଫଳତା ପାଇଁ ଶିଭାନ୍ସ ଙ୍କୁ ଶୁଭେଚ୍ଛା ଜଣେଇବା ସହ ତାଙ୍କ ଉଜ୍ୱଳ ଭବିଷ୍ୟତ ର ମଧ୍ୟ କାମନା କରିଛନ୍ତି ତାଙ୍କ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ l ଏଥିସହ ସବୁରି ମହଲ ରୁ ଶୁଭେଚ୍ଛା ଅଭିନନ୍ଦନ ଭଳି ପ୍ରଂଶସା ର ସୁଅ ମଧ୍ୟ ଛୁଟୁଛି ଶୁଭାଂଶ ଙ୍କ ପାଖକୁ l