32.9 C
Balāngīr
Thursday, June 12, 2025

ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି (ଇ ପି ଏ) ସମ୍ପାଦକ ଅନିଲ ମିଶ୍ର ଙ୍କ ବିୟୋଗ ରେ ସାମ୍ବାଦିକ ମହଲ ରେ ଶୋକ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୮) : ଏକ ସଚ୍ଚୋଟ କର୍ମଠ, ବିଦ୍ୱାନ, ନିର୍ଭିକ, ସ୍ପଷ୍ଟବାଦୀ ସମ୍ବାଦ ଓ ଫଟୋ ସରବରାହ ସଂସ୍ଥା ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି (ଇ ପି ଏ) ଓ ଇ ପି ଏ ଉଇକ୍ଲି ର ସମ୍ପାଦକ ଅନିଲ ମିଶ୍ର ଆଉ ଆମ ଗହଣରେ ନାହାନ୍ତି ।

ଗତ ମଙ୍ଗଳବାର ରାତି ୧୦.୫୬ ମିନିଟ ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି (ଇ ପି ଏ) ସମ୍ପାଦକ ଅନିଲ ମିଶ୍ର ପରଲୋକ ଗମନ କରିଛନ୍ତି । ଏ ନେଇ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ, ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ଉଗ୍ରସେନ କର୍ମୀ, ନୂଆପଡ଼ା ଜିଲ୍ଲା ପ୍ରତିନିଧି ଡେନିସ ରାଏ, ବଲାଙ୍ଗିର ଜିଲ୍ଲା ପ୍ରତିନିଧି ନବୀନ ପଶାୟତ, ବେଲପାହାଡ଼ ପ୍ରତିନିଧି ରାଜାରାମ ମିଶ୍ର ପ୍ରମୁଖ ଏକ ଭର୍ଚୁଆଲ ମାଧ୍ୟମରେ ଯୋଗଦାନ ପୂର୍ବକ ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମାର ସତଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

ଶ୍ରୀ ମିଶ୍ରଙ୍କ ଅକାଳ ବିୟୋଗରେ ଇପିଏ ପରିବାର ଏବେ ଏଭଳି ଏକ ବ୍ୟକ୍ତିତ୍ଵ କୁ ହରାଇଲା । ତାଙ୍କ ଲେଖନୀ ମୂନ ଶାଣିତ ହେତୁ ସରକାରଙ୍କ କୋପଦୃଷ୍ଟି ଇପିଏ ଉପରେ ପଡୁଥିଲା । ହେଲେ ସେ କାହାକଥାକୁ ଭୃକ୍ଷେପ ନକରି ଆଗକୁ ଆଗକୁ ମାଡି ଚାଲିଥିଲେ । ସେ ଭଳି ଜଣେ ଫଟୋ ସାମ୍ବାଦିକ ତଥା ପ୍ରିୟ ସମ୍ପାଦକଙ୍କୁ ହରାଇ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା କାର୍ଯ୍ୟରତ ସାମ୍ବାଦିକ ମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...