32.9 C
Balāngīr
Thursday, July 10, 2025

ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ ପକ୍ଷରୁ ନୂତନ ସଭାପତି ନିର୍ବାଚନି ଅଧିବେଶନ ଅନୁଷ୍ଠିତ

Must read

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨/୧୨) : ଢେଙ୍କାନାଳ ଜିଲ୍ଲା ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ ପକ୍ଷରୁ ନୂତନ ସଭାପତି ନିର୍ବାଚନି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 12 02 at 8.45.41 PM 1 ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ ପକ୍ଷରୁ ନୂତନ ସଭାପତି ନିର୍ବାଚନି ଅଧିବେଶନ ଅନୁଷ୍ଠିତ

ଏହି ଅଧିବେଶନରେ ମୂଖ୍ୟ ଅତିଥି ଭାବେ AITUCର ଜାତୀୟ ସମ୍ପାଦକ ଶ୍ରୀଯୁକ୍ତ ରାମକୃଷ୍ଣ ପଣ୍ଡା ଯୋଗଦେଇ ଶ୍ରମିକ ମାନଙ୍କୁ ନେଇ ସରକାରଙ୍କ ସମସ୍ତ ଯୋଜନା ଓ କିଭଳି ଶ୍ରମିକ ମାନେ ସେମାନଙ୍କର ସମସ୍ତ ସୁବିଧା ସୁଯୋଗ ପାଇ ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ ପକ୍ଷରୁ ବହୁତ ଗୁଡିଏ ଦାବି ରଖା ଯାଇଥିବା ବେଳେ :- ନୂତନ ମଜୁରୀ ଚୁକ୍ତିନାମା ଅନୁଯାଇ ମଜୁରୀ ବୃଦ୍ଧି, ପି.ଏଫ୍ ରେ ଥିବା ତ୍ରୁଟି ସଂଶୋଧନ କରିବା, ସମସ୍ତ ଶ୍ରମିକ ମାନଙ୍କୁ ଭି. ଡି. ଏ ପ୍ରଦାନ କରିବା । ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି କରଣ, ସମାନ କାମକୁ ସମାନ ଦରମା ଦେବା ଭଳି ଅନେକ ଦାବି ଉପସ୍ଥାପନ କରାଯାଇଥିଲା ।

ଏହି ଅଧିବେଶନରେ ସଭାପତି ଶ୍ରୀ ରାମକୃଷ୍ଣ ପଣ୍ଡା ଥିବା ବେଳେ ଉପ ସଭାପତି ଭାବେ ରତ୍ନାକର ପ୍ରଧାନ, କାର୍ଯ୍ୟକାରିଣୀ ସଭାପତି ଭାବେ ଯୁଧିଷ୍ଠିର ମଲ୍ଲିକ, ସମ୍ପାଦକ କେଦାରନାଥ ମଲ୍ଲିକ, ସହ ସମ୍ପାଦକ ଭାବେ ସୁଧାକର ମଲ୍ଲିକଙ୍କୁ ମନୋନୀତ କରାଯାଇଥିଲା । ତେବେ ଶେଷରେ ସମସ୍ତ ଶ୍ରମିକ ଏକାଠି ହୋଇ ଇନ୍ କିଲାଵ ଜିନ୍ଦାବାତ୍ ନାରା ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...