ଭୁବନେଶ୍ବର: ସମସ୍ତ ରାସନ୍କାର୍ଡ ହିତାଧିକାରୀ ଇ-କେୱାଇସି କରିବାକୁ ରାଜ୍ୟ ସରକାର ବାରମ୍ବାର ତାରିଖ ଘୁଞ୍ଚାଇ ଚାଲିଥିଲେ ବି ଏହା ସଫଳ ହେଉନି। ଫେବ୍ରୁଆରି ୧୫ରେ ଇ-କେୱାଇସି ଅବଧି ସରିବାକୁ ଥିବାବେଳେ ଏବେବି ୩୭ଲକ୍ଷ ୮୫ହଜାର ୪୯୬ଜଣ ହିତାଧିକାରୀ ଇ-କେୱାଇସି କରିନଥିବା ଜଣାପଡ଼ିଛି।
ଇ-କେୱାଇସି ଅବଧି ସରିବାକୁ ଆଉ ମାତ୍ର ୬ଦିନ ଥିବାବେଳେ ଏତେ ସଂଖ୍ୟକ ହିତାଧିକାରୀ ଏହି ପ୍ରକ୍ରିୟାରେ ସାମିଲ ନହେବା ସରକାରଙ୍କୁ ଚିନ୍ତାରେ ପକାଇଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଫେବ୍ରୁଆରି ୧୫ପରେ ଆଉ ଇ-କେୱାଇସି ଅବଧି ବଢ଼ିବନି। ତେଣୁ ଏବେ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ତୁରନ୍ତ କରାଇନିଅନ୍ତୁ। ନଚେତ୍ ଏହାପରେ ଇ-କେୱାଇସି ହୋଇ ନଥିବା କାର୍ଡଗୁଡ଼ିକ ସରେଣ୍ଡର କରାଗଲା ବୋଲି ଧରିନିଆଯିବ।