32.9 C
Balāngīr
Sunday, July 13, 2025

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁନ୍ଦୁଲି ର ବାର୍ଷିକ ଉତ୍ସବ ପାଳିତ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୫/୦୩) : ରାୟଗଡା ଜିଲ୍ଲା ଅନ୍ତର୍ଗତ କୋଲନରା ବ୍ଲକ ଅଧିନସ୍ଥ ଦୁନ୍ଦୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଛି ।WhatsApp Image 2025 03 04 at 22.15.50 ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁନ୍ଦୁଲି ର ବାର୍ଷିକ ଉତ୍ସବ ପାଳିତ

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଲନରା ବି ଇ ଓ ଶ୍ରୀ ମଞ୍ଜୁଲତା ଜେନା, ଦୁନ୍ଦୁଲି ଗ୍ରାମର ସରପଞ୍ଚ ଶ୍ରୀମତି ସବିତା ପେଡେଣ୍ଟି, ଏସ ଏମ ସି ଚେୟାର ମ୍ୟାନ ପି.ଏଣ୍ଟି, ପ୍ରଧାନ ଶିକ୍ଷକ ନାଗାରାଜୁ ବଦାନା ଉପସ୍ଥିତ ଥିଲେ। ଏଥିସହ ବିଦ୍ୟାଳୟର ନିରୁପମା ରଥ, ସବିତା ସାମଲ, ଜଳନ୍ଧର ହୁଇକା, ମାତିମା ବିଡିକାଙ୍କ ସମେତ ସ୍କୁଲ କର୍ମଚାରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ । ଏହି ବିଦ୍ୟାଳୟ ଜେକେ କାଗଜ କଳ ଠାରୁ ମାତ୍ର ୯କିମି ଦୂରରେ ଅବସ୍ଥିତ ଅଟେ। ମୁଖ୍ୟ ରାସ୍ତା ଠାରୁ ମାତ୍ର ୨କିଲୋ ମିଟର ଦୁର ଯାତାୟତର ସୁବିଧା ରହିଛି। ୧୯୫୯ମସିହା ଜୁଲାଇ ମାସ ୦୪ତାରିଖରେ ଗୋଟିଏ ଦୁଇଟି ଶ୍ରେଣୀ ଗୃହ ଥିଲା । ଏହି ବିଦ୍ୟାଳୟ ଏହି ଅଞ୍ଚଳ ପାଇଁ ପ୍ରଥମ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିଲା। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବାରୁ ପ୍ରଧାନ ଶିକ୍ଷକ ପାଞ୍ଚଟି ଚାଳଘର ନିର୍ମାଣ କରିଥିଲେ। ଷଷ୍ଠ ଓ ସପ୍ତମ ଶ୍ରେଣୀର ଟିଣ ଘରେ ପଡ଼ୁଥିବା ବେଳେ, ପ୍ରଥମରୁ ପଞ୍ଚମ ପର୍ୟ୍ୟନ୍ତ ଏହି ଚାଳଘରେ ପଡ଼ିଲେ। ସମୟ କ୍ରମେ ସପ୍ତମରୁ ଅଷ୍ଟମ ଶ୍ରେଣୀକୁ ଉନ୍ନୀତ ହେବା ସହ ବର୍ତ୍ତମାନ୍ ବିଦ୍ୟାଳୟରେ ପରିବେଶ ବଦଳି ଯାଇଛି ।

ବର୍ତ୍ତମାନ୍ ସୁଦ୍ଧା ୧୩ଜଣ ପ୍ରଧାନ ଶିକ୍ଷକ ନିଜ ନିଜର କାର୍ଯ୍ୟ ନିଷ୍ଠାପର ସହ ପରିଚାଳନା କରି ଅବସର ନେଲେଣି। ଚତୃଦଶ ପ୍ରଧାନ ଶିକ୍ଷକ ଭାବରେ ବର୍ତ୍ତମାନ୍ ଶ୍ରୀଯୁକ୍ତ ନାଗାରାଜୁ ବଦାନା ୨୦୨୦ମସିହାରୁ ନିଜର ଦାୟିତ୍ୱକୁ ସୂଚାରୁ ରୁପେ ତୁଲାଉଛନ୍ତି। ବିଦ୍ୟାଳୟକୁ ବହୁ ଆକର୍ଷଣ ଭାବେ ଗଢି ତୋଳିଛନ୍ତି। ଆଜି ଗ୍ରାମରେ ଅନେକ ଅଭିଭାବକ ବିଦ୍ୟାଳୟକୁ ନିଜର ପୁଅ ଝିଅ ଙ୍କୁ ପାଠ ପଢିବା ପାଇଁ ପଠାଉଛନ୍ତି । ତିନିଜଣ ଶିକ୍ଷୟତ୍ରୀ ଏବଂ ଦୁଇଜଣ ଶିକ୍ଷକ ୧୪୦ଜଣ ଛାତ୍ର ଛାତ୍ରୀଙ୍କୁ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ଅଧ୍ୟୟନ କରୁଛନ୍ତି ।

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, ପ୍ରବେଶ ଉତ୍ସବ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଏବଂ ବାର୍ଷିୋକତ୍ସବ ପରି ଅନେକ ଉତ୍ସବ ଅନେକ କାର୍ଯ୍ୟକ୍ରମ କରାଯାଇଥାଏ । ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଦାୟିତ୍ଵବାନ ହୋଇ ନିଜ ନିଜର କାର୍ଯ୍ୟ ତୁଲାଇଥାନ୍ତି। ଏହିପରି ଶିକ୍ଷା ଦେବା ଦ୍ଵାରା ଛାତ୍ର ଛାତ୍ରୀ ମାନେ ଆଗାମୀ ଭବିଷ୍ୟତରେ ଜଣେ ଜଣେ ଦାୟିତ୍ବବାନ ଓ ସୁନାଗରିକ ହୋଇ ନିଜର ଭବିଷ୍ୟତ ଗଢି ତୋଳିବେ ବୋଲି ବିଦ୍ୟାଳୟର ଶିକ୍ଷୟତ୍ରୀ ନିରୁପମା ରଥ ବାର୍ଷିକ ବିବରଣୀ ରେ ପାଠ କରିଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...