32.9 C
Balāngīr
Tuesday, July 15, 2025

ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା

Must read

କଲ୍ୟାଣସିଂହପୁର, (୦୫/୦୪) : ଆପ୍ର. : ଗ୍ରୀଷ୍ମପ୍ରବାହ ଯେତେ ବଢ଼ିବାରେ ଲାଗିଛି ପିଇବା ପାଣି ର ସମସ୍ୟା ସେତେ ଉତ୍କଟ ହେବାରେ ଲାଗିଛି ଏ ଚିତ୍ର ହୋଉଛି କେଶବନାଇଗୁଡା ନୂଆ ସାହିର ଦୃଶ୍ୟ ।

ଏ କୋୖଣସି ଉପାନ୍ତ ଅଞ୍ଚଳ ନୁହେଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସଦର ପଞ୍ଚାୟତର କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୨ କିମି ଦୂର ବାଟରେ କେଶବନାଇଗୁଡା ଗାଁ । ସେହିଠାକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିବା ପାଇଁ ମାତ୍ର ୧୦ ମିନିଟର ବାଟ କିନ୍ତୁ ପ୍ରଶାସନର ଅବହେଳାର ଶିକାର ହେଉଛନ୍ତି ଗାଁ ଲୋକେ । ଗାଁ ଲୋକ ଙ୍କୁ ପିଇବା ପାଣି ଅଛି ଗୋଟିଏ ମାତ୍ର ନଳ କୂପ ତାହା ଏବେ ଅଚଳ । ଏଣୁ ନାଳରେ ଚୁଆଁ ପାଣି ବ୍ୟବହାର କରିବାକୁ ବାଧ୍ୟ ହୋଉଛନ୍ତି ।

ଚୁଆଁ ପାଣି ଆଣିବାକୁ ହେଲେ ଦୀର୍ଘ ଏକ କିଲୋମିଟର ମାଟି ପଥୁରିଆ ରାସ୍ତା ଦେଇ ପାଣି ଆଣିବାକୁ ପଡ଼ିଥାଏ , ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଲୋକ ବାଧ୍ୟ ହୋଇ ନିକଟସ୍ଥ ନାଳରେ ଚୁଆଁ ଖୋଲି ପାଣି ବ୍ୟବହାର କରୁଛନ୍ତି। ଯଥାଶିଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ନ କରାଯାଏ ତାହା ହେଲେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଳି କୁହାଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...