32.9 C
Balāngīr
Tuesday, May 13, 2025

ଉତ୍କଳ ଆଲୁମିନା ପକ୍ଷରୁ ସିଏସଆର ମେଳା ଉଦଘାଟିତ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ରାୟଗଡା, (୧୭/୪) : ଆପ୍ର. : ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ତିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏକ ସହଯୋଗୀ କମ୍ପାନୀ ତରଫରୁ ସି.ଏସ.ଆର ମେଳା ଉଦ୍ଘାଟିତ ହୋଇ ଯାଇଅଛି ।WhatsApp Image 2025 04 17 at 19.09.26 ଉତ୍କଳ ଆଲୁମିନା ପକ୍ଷରୁ ସିଏସଆର ମେଳା ଉଦଘାଟିତ

କମ୍ପାନୀ ପାର୍ଶ୍ୱସ୍ଥ ହସ୍ତକଳା କାରିଗର ଓ ଉଦ୍ୟମିଙ୍କୁ ଉନ୍ନତ ବଜାର ପ୍ରଦାନ ଉଦେଶ୍ୟରେ ଆୟୋଜିତ ଏହି ମେଳାରେ ବିଭିନ୍ନ ଦେଶୀୟ ଉତ୍ପାଦ ବିକ୍ରୟ ଓ ପ୍ରଦର୍ଶନ ପାଇଁ ରଖାଯାଇଅଛି । ମୁଖ୍ୟ ଅତିଥି ରୂପେ ବ୍ରିଜେଶ ଝା, ଅଧ୍ୟକ୍ଷ ଖଣି ଭଟିକାଲ ଯୋଗ ଦେଇ ଏହି ସିଏସଆର୍ ମେଳାକୁ ଉଦଘାଟିତ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବାସୁଦେବ ବନ୍ଦୋପାଧ୍ୟାୟ ଏବିଭିପି, ହିଣ୍ଡାଲକୋ ଖଣି ଗ୍ରୁପ, ବିଜୟ ଚୌହାନ, ଉତ୍କଳ ଆଲୁମିନା ଖଣି ମୁଖ୍ୟ ଓ ମିଏସଆର ବିଭାଗ ମୁଖ୍ୟ ଲୋପାମୁଦ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଉଦ୍ଘାଟନ ଉପଲକ୍ଷେ ଉଦବୋଧନ ଦେଇ ଶ୍ରୀ ବ୍ରିଜେଶ ଝା କମ୍ପାନୀ ତରଫରୁ ଚାଲୁ ରହିଥିବା ସିଏସଆର କାର୍ଯ୍ୟକ୍ରମ ଗୁଡ଼ିକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ମେଳାରେ ଅଂଶଗ୍ରଣ କରିଥିବା ଉତ୍ପାଦ ଗ୍ରୁପକୁ ଉତ୍ସାହିତ କରିଥିଲେ ।

ଅନ୍ୟପକ୍ଷରେ ଉତ୍କଳ ଆଲୁମିନା କମ୍ପାନୀ ପାର୍ଶ୍ୱସ୍ଥ ଗାଁରେ ସିଏସଆର ବିଭାଗ ଅନ୍ତର୍ଗତ ବିଭିନ୍ନ ଜୀବିକା ଉପାର୍ଜନ କାର୍ଯ୍ୟକ୍ରମ ଚାଲୁ ରହିଥିବା ସ୍ଥଳେ, ଏହି ହିତାଧିକାରୀ ମାନଙ୍କୁ ବଜାରିକରଣ ସୁବିଧା ପ୍ରଦାନ ସକାଶେ କମ୍ପାନୀ ପକ୍ଷରୁ ଏହି ମେଳା ଆୟୋଜିତ କରାଯାଇଅଛି । ସ୍ଥାନୀୟ ନୂଆପଡା ସ୍ଥିତ କ୍ଲବ ହାଉସ ଠାରେ ଏହି ମେଳା ଆୟୋଜିତ ହୋଇଥିବା ବେଳେ, ଟାଉନସିପ ବାସିନ୍ଦାଙ୍କ ମଧ୍ୟରେ ଏହି ଦେଶୀୟ ଉତ୍ପାଦର ପ୍ରବଳ ଚାହିଦା ପରିଲିକ୍ଷିତ ହୋଇଅଛି ।

କମ୍ପାନୀ ସିଏସଆର ବିଭାଗ ସହାୟତାରେ ସ୍ଥାନୀୟ ପାଇକ କୁପଖାଲ, ଯୋଗିପାରିତୁଣ୍ଡ, ନାରୀନଯୋଡି, କୁମ୍ଭାରଶୀଳା, ମକାପଦର, ଉପରଢ଼େସକା, ବିଲମାଳ, ମାଲିଗାଁ, ଟିକିରି ସମେତ ଅନ୍ୟ ମୋଟ ୧୯ଟି ପରିପାର୍ଶ୍ଵିକ ଗ୍ରାମବାସୀଙ୍କ ଦ୍ୱାରା ଗଠିତ ବିଭିନ୍ନ ଉତ୍ପାଦନକାରୀ ମହିଳା ଦଳ, କୃଷକ, ଉଦ୍ୟମି ଓ କାରିଗରଙ୍କ ଦ୍ୱାରା ତିଆରି ଏହି ଉତ୍ପାଦ ଏଠାରେ ବିକ୍ରୟ ଏବଂ ପ୍ରଦର୍ଶନ ପାଇଁ ସ୍ଥାନିତ କରାଯାଇଅଛି । ଏହି ମେଳାରେ ଉକ୍ତ କାରିଗର, କୃଷକ ଓ ମହିଳା ଗ୍ରୁପ ଦ୍ଵାରା ହାତ ତିଆରି ଯଥା ଝୁଟ ବ୍ୟାଗ୍, ଚାନ୍ଦୁଆ, ଝାଡ଼ୁ, ଲେମନ୍ ଗ୍ରାସ ତୈଳ, ସ୍ଲିପର ଚପଲ, ପେପର୍ ପ୍ଲେଟ, ଟେରାକୋଟା ସାମଗ୍ରୀ, ଅଗରବତୀ, ମାଣ୍ଡିଆରୁ ତିଆରି ବିଭିନ୍ନ ଖାଦ୍ୟ ପଦାର୍ଥ, ବସ୍ତ୍ର, ଦେଶୀୟ କୃଷୀ ଉତ୍ପାଦିତ ସାମଗ୍ରୀ ଓ ମସଲା ଜାତୀୟ ଖାଦ୍ୟ ପଦାର୍ଥ ଏହି ପ୍ରଦର୍ଶନୀ ଓ ବିକ୍ରୟ ପାଇଁ ଉଦ୍ଧିଷ୍ଟ ହୋଇଅଛି ।

ଏହି ପ୍ରଦର୍ଶନୀରେ ସ୍ଥାନୀୟ ଉତ୍ପାଦକ ଗ୍ରୁପକୁ ନିଜ ହାତ ତିଆରି ସାମଗ୍ରୀର ବଜାରୀକରଣ ସୁବିଧା ଉପଲବ୍ଧ କରାଯିବା ସହ ସେମାନଙ୍କ ଜିନିଷର ଉପଯୁକ୍ତ ମୂଲ୍ୟ ପ୍ରଦାନ ପାଇଁ ସିଏସ୍ଆର ବିଭାଗ ପକ୍ଷରୁ ଏହିଭଳି ଉଦ୍ୟମ କରାଯାଇଅଛି । ତେବେ ଏହି ସ୍ଥାନୀୟ ଉତ୍ପାଦକୁ କ୍ରୟ ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଉଥିବା ସ୍ଥଳେ, ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା କୃଷକ, ଉଦ୍ୟମି ଓ ମହିଳା ଗ୍ରୁପ୍ ମାନେ ଅତ୍ୟନ୍ତ ଖୁସୀ ବ୍ୟକ୍ତ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...