32.9 C
Balāngīr
Sunday, April 20, 2025

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ସେବା ସମାଜରେ ଥିବା ଅନ୍ତେବାସୀଙ୍କୁ ଖାତା, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ବଣ୍ଟନ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୫/୧) : ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ସେବା ସମାଜରେ ଥିବା ଅନ୍ତେବାସୀଙ୍କୁ ଖାତା, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି lWhatsApp Image 2025 01 05 at 14.38.35 ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ସେବା ସମାଜରେ ଥିବା ଅନ୍ତେବାସୀଙ୍କୁ ଖାତା, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ବଣ୍ଟନ

ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ଅତିଥିଭାବେ ରାୟଗଡ ପୌର ପରିଷଦର ଉପ ନଗରପାଳିକା ଶ୍ରୀମତୀ ଶୁଭ୍ରା ପଣ୍ଡା, ଶ୍ରୀମତୀ ସସ୍ମିତା ମହାନ୍ତି ଓ ଶ୍ରୀମତୀ ଏସ. ସୁଜାତା ,ଏସ ଶୋଭାରାଣୀ ଯୋଗ ଦେଇ ସେବା ସମାଜରେ ରହୁଥିବା ଅନ୍ତେବାସୀଙ୍କୁ ଉକ୍ତ ଦ୍ରବ୍ୟ ବଣ୍ଟନ କରିବା ସହ ସେମାନଙ୍କ ସହ ଏକ ବନ୍ଧୁତା ପୂର୍ଣ୍ଣ ଆଲୋଚନା କରିଥିଲେ l ଶ୍ରୀମତୀ ପଣ୍ଡା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଏହି ଭଳି ସାମାଜିକ କାର୍ଯ୍ୟକ୍ରମକୁ ଭୂରୀ ଭୂରୀ ପ୍ରଶଂସା କରିଥିଲେ l ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇ ସହଯୋଗ କରିବେ ବୋଲି ସେ ପ୍ରକାଶ କରିଥିଲେ l ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ପ୍ରତିବର୍ଷ ବିଭିନ୍ନ ସମୟରେ ନିଜର ସାମାଜିକ କାର୍ଯ୍ୟକ୍ରମ ମାନ କରିଆସୁଛି l

ବିଶେଷ କରି ପରିବେଶ ସନ୍ତୁଳନ ରକ୍ଷା କରିବା ନେଇ ଜିଲ୍ଲାର ବିଭିନ୍ନ ଖାଲି ଥିବା ସ୍ଥାନ ମାନଙ୍କରେ ବୃକ୍ଷଚାରା ରୋପଣ କରିବା ସହ ସେହି ଚାରାର ରକ୍ଷଣବେକ୍ଷଣ ଉପରେ ନଜର ଦେଉଚି ଏହାସହ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ପରିବେଶର ସୁରକ୍ଷା କିଭଳି କରାଯିବ ତାସହିତ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କିଭଳି କରାଯାଇ ପାରିବ ସେଥିନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରି ପୁରସ୍କାର ବିତରଣ କରିବା ସହ ଭିତରେ ପରିବେଶର ସୁରକ୍ଷା ନେଇ ସଚେତନତା ସୃଷ୍ଟି କରାଯାଉଛି l

ଏହାସହ ନିଶାମୁକ୍ତ ସମାଜ ଗଠନ କରିବା ନେଇ ନିଶା ନିବାରଣ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରିବା, ଓଡ଼ିଆ ଭାଷାର ସୁରକ୍ଷା ନେଇ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ କିଭଳି ନିଜର ମାତୃଭାଷା ଓଡ଼ିଆ ଠିକ ଭାବେ କହିପାରିବେ ଲେଖିପାରିବେ ସଚେତନ କରିବା ସହ ସେମାନଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବହି, ଖାତା, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥାଏ ସଙ୍ଘ, ଏହାସହ ସ୍ଥାନୀୟ ଜରାଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ ବିଭିନ୍ନ ସମୟରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରିଥାଆନ୍ତି ସଙ୍ଘର ସମସ୍ତ ସଭ୍ୟ l

ଆଗାମୀ ଦିନରେ ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ଜିଲ୍ଲାର ଅନ୍ୟ ବ୍ଲକରେ ସାମାଜିକ କାର୍ଯ୍ୟକ୍ରମ କରାଯିବା ନେଇ ସୂଚନା ଦେଇଛନ୍ତି ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା l ସଙ୍ଘର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ,ଉପ ସଭାପତି ସନ୍ତୋଷ ଲାମତା , ସଭ୍ୟ ଶ୍ରୀ କେ. କ୍ରିଷ୍ଣା ମୂର୍ତ୍ତି ,ବି , ଶ୍ରବଣା ,ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସହଯୋଗ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...