32.9 C
Balāngīr
Sunday, July 20, 2025

ଉତ୍କଳ ସାମ୍ବାଦିକ ସଂଘ ର ଦ୍ଵିତୀୟ ବାର୍ଷିକ ଉତ୍ସବ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,(୨୬/୧୧) : ଆଜି ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ବାର୍ଷିକ ଉତ୍ସବ ହୋଟେଲ ତେଜସ୍ଵୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସଂଘ ର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତାରେ ବୈଠକ ରେ ଅଧ୍ୟାପିକା ଶୁଭଶ୍ରୀ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ସଭାରେ ସଂଘର ସଂପାଦକ ଶ୍ରୀ ରାଜେଶ କୁମାର ମହାନ୍ତି ବାର୍ଷିକ ସଂପାଦକୀୟ ବିବରଣୀ ପାଠ କରିଥିଲେ ।8c506087 af56 48f2 8ad7 b455961ea5b6 ଉତ୍କଳ ସାମ୍ବାଦିକ ସଂଘ ର ଦ୍ଵିତୀୟ ବାର୍ଷିକ ଉତ୍ସବ

ମଞ୍ଚାସୀନ ଅତିଥି ମାନେ ପ୍ରଦ୍ଵୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ସଭାପତି ଉତ୍କଳ ସାମ୍ବାଦିକ ସଂଘ, ଓଡ଼ିଶା ବିଭୁତି ଭୁଷଣ କର ଯୋଗଦେଇ ସଂଘ ର ସାଙ୍ଗଠନିକ ବ୍ୟବସ୍ଥା ସମ୍ଵନ୍ଧରେ ଆଲୋଚନା କରିବା ସହିତ ସଂଘ କିପରି ଆଗାମୀ ଦିନରେ ଲଢୁଆ ଭାବେ କାର୍ଯ୍ୟ କରିବ ସେ ବିଷୟରେ ଗୁରୁମନ୍ତ୍ର ଦେଇଥିଲେ ।

ଉତ୍କଳ ସାମ୍ବାଦିକ ସଂଘ ର ମୁଖ୍ୟ ଦାବି ଯଥା ସାମ୍ବାଦିକ ସୁରକ୍ଷା ଆଇନ,ଅବସର କାଳିନ ଭତ୍ତା, ସ୍ଵାସ୍ଥ୍ୟ ବିମାରାଶି ବ୍ରୃଦ୍ଧି ପ୍ରସଙ୍ଗ ଉଠାଇ ଆଗାମୀ ଦିନରେ ବିଧାନ ସଭା ଘେରିବେ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୁଖ୍ୟ ସଂପାଦକ ବଡଖବର ଶ୍ରୀ ଅର୍ଧେନ୍ଦୁ ଦାସ ସାମ୍ବାଦିକ ଏକନିଶା ଓ ସାମ୍ବାଦିକ ଭାଇ ମାନେ ପରସ୍ପର ପରସ୍ପର ସହିତ ଉତ୍ତମ ସଂପର୍କ ରଖିଲେ ଆମେ ଆମ ହକ କୁ ସରକାର ଙ୍କ ଠାରୁ ମାଗିବା ନାହିଁ ଛଡାଇ ଆଣି ପାରିବା ବୋଲି ପ୍ରକାଶ କରିଥିଲେ ।

ରାଜ୍ୟ ସଭାପତି ଙ୍କ ବିବୃତି କୁ ଦୋହରାଇ କହିଥିଲେ ସଂଘ ବା ସଂଘୀୟ ବ୍ୟବସ୍ଥା କୁ ସୁପରିଚାଳନା କରିବା ର ଦକ୍ଷତା ରାଜ୍ୟ ସଭାପତି ଙ୍କ ର ଉତ୍ତମ । ଆମେ ସମସ୍ତେ ଏକହୋଇ ଲଢ଼ିବା ଉଚିତ୍ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଯୋଗଦେଇ ସାମ୍ବାଦିକ ମାନଙ୍କ ର ଭୁମିକା ସମସ୍ତ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ । ଜିଲ୍ଲା ସ୍ତରରେ ସାମ୍ବାଦିକ ମାନଙ୍କ ର ସଂପର୍କ ପ୍ରଶାସନ ସହିତ ଅତି ଉତ୍ତମ ରହିଛି ଓ ଆଗକୁ ରହିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସୁଚନା ଲୋକ ସଂପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ କହିଥିଲେ ସାମ୍ବାଦିକ ମାନଙ୍କ ର ଭୁମିକା ସମାଜରେ ସବୁ ସ୍ଥରରେ ନିଆରା । ସକାଳ ଠାରୁ ଆରମ୍ଭ କରି ରାତିର ଶେଷ ପ୍ରହର ପର୍ଯ୍ୟନ୍ତ ଜିଲ୍ଲା ରେ ଘଟୁଥିବା ଟିକ ନିକ ଖବର ଉପସ୍ଥାପନ କରିବାରେ ସେମାନେ ବେଶ ଆଗୁଆ ।

ଆଜିର ଏହି ଉତ୍ସବ ରେ ଜିଲ୍ଲା ର ଜନସାଧାରଣ ଙ୍କ ମୈଳିକ ସମସ୍ୟା କୁ ନେଇ ପ୍ରଶାସନ ସହ ଅହରହ ଲଢେଇ କରିଆସୁଥିବା ଓ ଜିଲ୍ଲା ର ମୁଖ୍ୟ ସମସ୍ୟା ଗୁଡ଼ିକ ପାଇଁ ରାଜରାସ୍ତାରେ ଅନଶନ କରି ସମସ୍ୟା ର ସମାଧାନ ଦିଗରେ ଦୀର୍ଘ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ଜିଲ୍ଲା ବିକାଶ ପରିଷଦ ର ସଭାପତି ଶ୍ରୀ ଶିବାଜି ଦାସ ଙ୍କୁ ମାନପତ୍ର ଦେଇ ସନ୍ମାନିତ କରାଯାଇଥିଲା ।

ସେହିପରି ବିଶିଷ୍ଟ କବି ଶ୍ରୀ ଲକ୍ଷ୍ମଣ ବେହାରା ଙ୍କୁ ମାନପତ୍ର ସହ ସନ୍ମାନିତ କରାଯାଇଥିଲା । ମଞ୍ଚାସିନ ଅତିଥି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିବା ସହିତ ସଂଘ ସହ ନୁତନ ଭାବେ ଯୋଗ ଦେଇଥିବା ୮ ଜଣ ସଭ୍ୟ ଙ୍କୁ ସନ୍ମାନିତ କରାଯାଇଥିଲା । ସର୍ଵ ଶେଷରେ ସଂଘ ର ସଭ୍ଯ ଶ୍ରୀ ରଶ୍ମି ରଞ୍ଜନ ଦୋରା ଧନ୍ୟବାଦ ଅର୍ପଣ କରିବା ସହିତ ସଭା ଭଙ୍ଗ କରି ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...