32.9 C
Balāngīr
Wednesday, April 30, 2025

ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୨) : ସୁବର୍ଣ୍ଣପୁର ରୟାଲ ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଗୁରୁବାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଅଧ୍ୟକ୍ଷତା କରିଥିଲେ ।WhatsApp Image 2025 02 07 at 09.12.42 ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫

ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ । ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀ ଭାଇ ଓ ଭଉଣୀମାନଙ୍କ ରୋଜଗାର ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ପାଳନର ଭୂମିକା ଉପରେ ଆଲୋଚନା କରିଥିଲେ । ପ୍ରାଣୀ ସମ୍ପଦ ବିଭାଗ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ କୃତ୍ରିମ ପ୍ରଜଜନ ଯୋଜନା, ଜାତୀୟ ପ୍ରାଣୀଧନ ଯୋଜନା, ଗୋ ସମ୍ପଦ ପାଇଁ ବୀମା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଘାସଚାଷ ଓ ମାଇ ବାଛୁରୀ ପାଳନ ପାଇଁ ଗୋପାଳକଙ୍କୁ ସହାୟତା ସମ୍ପର୍କରେ ମୁଖ୍ୟ ଅତିଥି ଚାଷୀଙ୍କୁ ବୁଝାଇବା ସହ ଏହାର ଲାଭ ନେବା ପାଇଁ କହିଥିଲେ ।

ସମ୍ମାନିତ ଅତିଥି ଭାବେ ସୋନପୁର ଉପଜିଲ୍ଲାପାଳ ଡ.ସୌମ୍ୟାରୂପା ରଥ, ସୁବର୍ଣ୍ଣପୁର ପୌର ପରିଷଦ ଅଧ୍ଯକ୍ଷା ତାମସି ତାମସ୍ମିତା ନାୟକ, ବୌଦ୍ଧ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ରାଓ ପାଲୋ, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପରମାନନ୍ଦ ସେଠୀ, ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ଅଧୁକାରୀ ବିଜୟ କୁମାର ସାହୁ ଓ ସମ୍ବଲପୁର ସ୍ଥିତ ସମଲେଶ୍ବରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘର ସାଧାରଣ ପରିଚାଳକ ଡ. ସରୋଜ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ପାଳନ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବ ବୋଲି କହିଥିଲେ ।

ସୋନପୁର ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ତ୍ରିପାଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଭୀମଭୋଇ କଳା ପରିଷଦର କଳାକାର କ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ମତ୍ସ୍ୟ ଚାଷ ପାଇଁ ଡୁଙ୍ଗୁରିପାଲି ବ୍ଳକର ମା ମାହେଶ୍ବରୀ ସ୍ୱୟଂ ସହାୟକ ଗୋଷ୍ଠି, ବାୟୋଫ୍ଲକ ପଦ୍ଧତିରେ ମାଛଚାଷ ପାଇଁ ବିନିକା ବ୍ଳକର ଗୁରୁବାରୀ ବାଗ,ଛେଳିପାଳନ ପାଇଁ ବୀରମହାରାଜପୁର ବ୍ଲକ ବିଶାଲପାଲିର ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠି ଓ ବ୍ରଏଲର କୁକୁଡା ପାଳନ ପାଇଁ ତରଭା ବ୍ଳକ ବଡଭଇଁରେ ପଞ୍ଚାୟତର ରୀନା ମେହେରଙ୍କୁ ଅର୍ଥ ରାଶି ଓ ମୋମେଣ୍ଟୋ ଦେଇ ପୁରସ୍କୃତ କରା ଯାଇଥିଲା । ମମତା ପଣ୍ଡା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଡାକ୍ତର ମୃଣ୍ମୟ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

ଅପରାହ୍ନରେ ସୋନପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ.ବିଶ୍ୱରଞ୍ଜନ ପଟ୍ଟନାୟକ, ବଲାଙ୍ଗୀର ମଣ୍ଡଳର ଉପ ମତ୍ସ୍ୟ ନିର୍ଦ୍ଦେଶକ ନୀଳାମ୍ବର କିଲାକା, ଅବସରପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର ଘଡେଇ ଓ ଡ. ସରୋଜ ସାହୁ ଯୋଗଦାନ କରି ଚାଷୀଙ୍କ ସହିତ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ଅସୁବିଧା ସମ୍ପର୍କରେ ମତ ବିନିମୟ କରିଥିଲେ । ପରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା I ଜିଲ୍ଲାର ୬ଟି ବ୍ଲକରୁ ଶତାଧ‌ିକ ଚାଷୀ ଏହି ମେଳାରେ ଯୋଗଦେଇ ବ୍ରଏଲର ଫାର୍ମ, ଛେଳି ପାଳନ, ଗୋପାଳନ, ଦୁଗ୍ଧ ପାଇଁ ଉନ୍ନ‌ତ କିସମର ଗାଈ, ବିଭିନ୍ନ କିସମର କୁକୁଡା ଚାଷ ସମ୍ପର୍କିତ ଜୀବନ୍ତ ପ୍ରଦର୍ଶନୀକୁ ଚାଷୀମାନେ ବୁଲି ଦେଖୁଥିଲେ ।

ସେହିପରି କୁକୁଡା ଚାଷ ଉପକରଣ, ଜଳ ବିଭାଜିକା ମିଶନ, ଉଦ୍ୟାନ କୃଷି, କୃଷି ବିଜ୍ଞାନ କେନ୍ଦ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର, କୃଷି ବିଭାଗ, ମିଲେଟ୍ସ ମିଶନର ଷ୍ଟଲ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠିଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ପସରା ଭଳି ଷ୍ଟଲ ଖୋଲା ଯାଇଥିଲା ଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର ଉପ ନିର୍ଦ୍ଦେଶକ ଡାକ୍ତର ସୁନାକର ସାମଲ, ଡାକ୍ତର ହିମାଂଶୁ ମହା ସୁନ୍ଦର ପାଣ୍ଡେ, ସୁବ୍ରତ କୁମାର ପୁରୋହିତ, କମଳ ପ୍ରଧାନ, ଶୁଭକାଂକ୍ଷି ବେହେରା, ଝସକେତନ ପଶାୟତ, ପ୍ରିୟବ୍ରତ ପ୍ରଧାନ, ଦେବେନ୍ଦ୍ର ସାହୁ, ରଞ୍ଜିତ ବେଉରିଆ ଓ ସଞ୍ଜିବ ବାରିକ୍ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...