32.9 C
Balāngīr
Wednesday, April 23, 2025

ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ବୁଦ୍ଧିଜିବୀ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୭/୦୩) : ରାୟଗଡା ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କୁ ଆକ୍ରମଣ ଘଟଣା ତୀବ୍ର ନିନ୍ଦା କରିଛନ୍ତି ବୁଦ୍ଧିଜିବି ।WhatsApp Image 2025 03 06 at 14.20.35 ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ବୁଦ୍ଧିଜିବୀ

ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଡ଼ଃ ଦୟାନିଧି ରାଉତଙ୍କୁ ମଙ୍ଗଳବାର ଦିନ ସନ୍ଧ୍ୟାରେ ଦୁଇଜଣ ଅଜଣା ଦୃବୁର୍ତ୍ତ ମାଡ଼ ମାରିଥିବା ନେଇ ରାୟଗଡା ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ରାୟଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଥାନା ଆଇ.ଆଇ.ସି କମଳାକାନ୍ତ ବସନ୍ତ କୁମାର କହଁର ସୁଚନା ଦେଇଛନ୍ତି। ଘଟଣାକୁ ନେଇ ମିଳିଥିବା ସୁଚନା ମୁତାବକ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ରାଉତ ମଙ୍ଗଳବାର ଦିନ ସନ୍ଧ୍ୟାରେ ନିଜ ଅଫିସ୍ କାମ ସାରି ଘରକୁ ଫେରିବା ବାଟରେ ଦୁବୃର୍ତ୍ତ ତାଙ୍କୁ ଅଟକାଇ ସ୍କୁଟିରେ ବସି ରାଣିଗୁଡ଼ା ଫାର୍ମରେ ଥିବା ଏଚପି ଗ୍ୟାସ ଗୋଦାମ ନିକଟରେ ଅହ୍ଲାଇ ଥିଲେ । ସେଠାରେ ସେମାନେ ଶ୍ରୀ ରାଉତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆମେ କହିବା କଥା କାହିଁକି ଶୁଣୁ ନାହୁଁ ଆମେ କହିବାନୁଯାୟୀ କାହିଁକି ବଦଳି କରାଯାଉ ନାହିଁ ବୋଲି ପ୍ରଶ୍ନ କରି ନିର୍ଦ୍ଧୁମ ମାଡ଼ ମାରି ଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ଶ୍ରୀ କହଁର ପ୍ରକାଶ କରିଛନ୍ତି।

ତେବେ ବିଭିନ୍ନ ମହଲରୁ ଏହିଭଳି ଘଟଣାକୁ ନିନ୍ଦା କରଯାଇଛି ସ୍ଥାନୀୟ ଅଞ୍ଚଳର ମଧ୍ୟ ବୁଦ୍ଧିଜୀବୀ ତୀବ୍ର ନିନ୍ଦା କରିବା ଦେଖିବାକୁ ମିଳିଛି । ସରକାରି ନିୟମ ମାନି କାର୍ଯ୍ଯ କରିବୁ ନା ଯିଏ ଯାହା କହିବ ସେୟା ମାନି କାର୍ଯ୍ଯ କରିବୁ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି । ନିଜ କାର୍ଯ୍ୟ ସାରି ଘରକୁ ଫେରିବା ବାଟରେ ଯଦି ଆମେ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକଙ୍କ କଥା କଣ କୁହାଯାଇ ପାରିବ ବୋଲି ଶ୍ରୀ ରାଉତ କ୍ଷଭ ପ୍ରକାଶ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...