32.9 C
Balāngīr
Tuesday, July 15, 2025

ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

Must read

ଗୁଣପୁର, (୨୨/୩) : ଆ.ପ୍ର. : ଆଜି ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଙ୍କ ସୈାଜନ୍ୟରେ ଗୁଣପୁର ବ୍ଲକ ଅନ୍ତର୍ଗତ ଚାଲକମ୍ବା ଗ୍ରାମଠାରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 03 22 at 18.12.50 ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ଚାଲକମ୍ବା ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୬୦ ଜଣ ଚାଷି ଏହି କର୍ମଶାଳାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସତ୍ୟବ୍ରତ ସାହୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ , ଗୁଣପୁର ଯୋଗଦେଇ ଫଳଚାଷ, ଫୁଲ ଚାଷ ଓ ପନିପରିବା ଚାଷ ବିଷୟରେ ଆଲୋଚନା କରିଥିଲେ । ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ ରେ କିପରି ଚାଷ କଲେ ଚାଷୀ ଦୁଇ ପଇସା ଲାଭ କରିପାରିବ ସେ ସମ୍ବନ୍ଧରେ ଚାଷିମାନଙ୍କୁ ବୁଝାଇଥିଲେ । ଫଳ ଓ ପନିପରିବାରେ ଲାଗୁଥିବା ବିଭିନ୍ନ ରୋଗ ପୋକ ଓ ତାର ନିରାକରଣ ବିଷୟରେ ବିସ୍ମୃତ ଭାବରେ ଆଲୋଚନା କରିଥିଲେ । ରୋଗ ଓ ପୋକ ଲାଗିବା ପୂର୍ବରୁ କିଭଳି ଫସଲକୁ ରକ୍ଷା କରାଯାଇପାରିବ ସେ ବିଷୟରେ ଚାଷିଙ୍କୁ ବୁଝାଇଥିଲେ ।

ନିରୋଗି ବିହନ ଚୟନ ଓ ସନ୍ତୁଳିତ ଖତସାର ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ଜମିର ଉର୍ବରତା ରକ୍ଷା କରିବାକୁ ହେଲେ ଜୈବିକ ଖତସାର ନିହାତି ଜରୁରୀ ବୋଲି କହିଥିଲେ । ବର୍ତ୍ତମାନର ବଜାର ଚାହିଦା ଦେଖି ନୂତନ ପ୍ରଜାତିର ଫଳ ଓ ପନିପରିବା ଚାଷ ପ୍ରତି ଗୁରୁତ୍ବ ଦେବାକୁ ଚାଷୀ ଙ୍କୁ ବୁଝାଇଥିଲେ । ସମ୍ମାନୀତ ଅତିଥି ଭାବେ ଏମ୍ ସୁଚିତ୍ରା ସହକାରୀ ଉଦ୍ୟାନ କୃଷି ଅଧିକାରୀ, ରାମନାଗୁଡା ଯୋଗଦେଇ ଉଦ୍ୟାନ କୃଷି କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ପରିଶେଷରେ ଚାଷିମାନେ ଉଦ୍ୟାନ କୃଷି ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଓ ଉପସ୍ଥିତ ଅତିଥିମାନେ ତାର ଉତ୍ତର ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ଉଦ୍ୟାନ କୃଷି କର୍ମଚାରୀ ଵି . ଶ୍ରୀନିବାସ ରାଓ ସଫଳତାର ସହିତ ପରିଚାଳନା କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...