ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୯/୧୨) : ରାୟଗଡ଼ା ଜିଲ୍ଲା ଗୁଣପୁର କେନ୍ଦ୍ରୀୟ ବିଦ୍ୟାଳୟ ପଡିଆ ଠାରେ ବଡ ଧୁମଧାମରେ ଉପଖଣ୍ଡ ସ୍ତରୀୟ ଚଇତି ” ଇଡିତାଲ” ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ।
ଏହି ପରିପ୍ରେକ୍ଷୀରେ ଆଜି ସକାଳ ୮ ଟା ସମୟରେ ଏକ ମିନି ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଗୁଣପୁର ଓ ଆଖପାଖ ଅଞ୍ଚଳର ବହୁ ବାଳକ ବାଳିକା ଯୋଗଦେଇ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପଡିଆ ପର୍ଯ୍ୟନ୍ତ ଦୈାଡିଥିଲେ । ଏହି ପ୍ରତିଯୋଗିତାରେ ବାଳିକା ବିଭାଗରେ ରାନି ଶଵର ପ୍ରଥମ , ପୁଷ୍ପଲତା ପଲେଇ ଦ୍ଵିତୀୟ , ଦେଵିଶ୍ରୀ ପାତ୍ର ତୃତୀୟ ସେହିପରି ବାଳକ ବିଭାଗରେ ବଂଶି ଶଵର ପ୍ରଥମ , ପିଣ୍ଟୁ ଶଵର ଦ୍ଵିତୀୟ , ମିଥୁନ ଶଵର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ମିନି ମାରାଥନ ସମୟରେ ଉପ ଜିଲ୍ଲାପାଳ କିରନ ଦୀପ କୈାର ସହୋତା , ଆବାହକ ଚନ୍ଦ୍ରଧ୍ଵଜ ପଣ୍ଡା ସଵୁଜ ପତାକା ଦେଖାଇ ଦୈାଡର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଗୁଣପୁର ବିଡ଼ିଓ ଶୁଭ୍ରାଞ୍ଜଳୀ ପ୍ରଧାନ, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ , ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡ଼ା ,ନବ ନିର୍ମାଣ ସମିତି ସଭାପତି ଅକ୍ଷୟ ଦାସ , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନଞ୍ଜୟ ଵେହେରା , ଅନନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଆଇ ଆଇ ସି ଉତ୍ତମ କୁମାର ସାହୁଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଶୁକ୍ରବାର ଦିନ ସକାଳ ୮ ଟା ସମୟରେ ଜଗନ୍ନାଥ ମନ୍ଦିରରୁ କଳସ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି କେନ୍ଦ୍ରୀୟ ବିଦ୍ୟାଳୟ ପଡିଆ ଠାରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ ଘଟିକା ସମୟରେ ପ୍ରଦର୍ଶନୀର ଶୁଭାରମ୍ଭ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଯୋଗ ଦେବେ ଵୋଲି ସୂଚନା ମିଳିଛି । ବିଶେଷ ଆକର୍ଷଣ ଭାବେ ଓଡିଆ ଚଳଚ୍ଚିତ୍ର ତାରକା ସୁପ୍ରିୟା ନାୟକ , ଅନୁରାଧା ପାଣିଗ୍ରାହୀ ଯୋଗଦେବାର ଖବର ରହିଛି ।