32.9 C
Balāngīr
Tuesday, May 20, 2025

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ ବସବାସ କରୁଛନ୍ତି ।WhatsApp Image 2025 04 29 at 16.19.45 ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ । ଗ୍ରାମରେ ଗୋଟିଏ ସୋଲାର ନଳକୂପ ଥିବାବେଳେ ଏକ ବର୍ଷ ହେବ ସୋଲାର ନଳକୂପ ଅଚଳ ହୋଇ ପଡ଼ିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ରେ ଝରଣା ପାଣି ଭରଷା ରେ ଜୀବନ ବିତାଉଛନ୍ତି । ତତ୍କାଳୀନ ରାଜ୍ୟ ସରକାର ପ୍ରତ୍ୟେକ ପରିବାର କୁ ସ୍ୱଜଳ ଧାରା ଯୋଜନାରେ ପାନୀୟ ଜଳ ଯୋଗାଣ ଦେବା କଥା କହିଥିବା ବେଳେ ଆଜି ପର୍ଯ୍ୟନ୍ତ ଯୋଜନାରେ ପାଣି ମିଳିବ ବୋଲି ବାଟ ଚାହିଁ ବସିଛନ୍ତି ଟିକରପଡା ଗ୍ରାମବାସୀ । ଏହାର ବିକଳ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କାଟିକୋଣ ଗ୍ରାମ ପଞ୍ଚାୟତ ସୀମାନ୍ତ ରେ ଥିବା ରାୟଗଡ଼ା ବ୍ଲକ ପିପଲ ଗୁଡା ଗ୍ରାମ ପଞ୍ଚାୟତ ର ଟିକର ପଡା ଗ୍ରାମରେ । ଏହି ଗ୍ରାମର ଲୋକମାନେ ଏହି ପାଣି ଛୁଆଁ ଯୋଗୁଁ ଜୀବନ ବଞ୍ଚୁଥିବା ଗ୍ରାମବାସୀ କହିଛନ୍ତି ।WhatsApp Image 2025 04 29 at 16.19.45 1 ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

ଦୀର୍ଘ ଦିନ ହେଲା ପିଇବାକୁ ନା ଭଲ ପାଣି ମିଳୁଛି ନା ରୋଷେଇ କରିବାକୁ ଭଲ ପାଣି ମିଳୁଛି । ତଥାପି ସେଇ କାଦୁଅ ପାଣି ବ୍ୟବହାର କରି ନିଜର ଜୀବନ ବିତାଉ ଥିବା ଗ୍ରାମ ବାସୀ କହିଛନ୍ତି । ଝରଣା ପାଣି ବ୍ୟବହାର କରି କୁନି କୁନି ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁ ଥିବା ମହିଳା ମାନେ କହିଛନ୍ତି । ନିର୍ବାଚନ ଆସିଲେ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ମିଳିବା ଛଡା ଶୁଦ୍ଧ ପାଣି ଟିକେ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି।ନାମକୁ ମାତ୍ର ପ୍ରତିଶ୍ରୁତି ଗଣ୍ଡା ଗଣ୍ଡା ନେତା ଆସିବେ ଆମ ଘର ପାଣି ପିଇବେ ନିର୍ବାଚନ ସରିଗଲେ କାହାର ଦେଖା ମିଳୁନଥିବା କହିଛନ୍ତି ।

ପାନୀୟ ଜଳଯୋଗାଣ ବିଭାଗ ରେ ଅଧିକାରୀ ମାନେ ନିୟୋଜିତ ହୋଇ ବସି ବସି ନିଜର ପକେଟ ଗରମ କରିବା ସହ ନିଜର ପରିବାର କଥା ଚିନ୍ତା କରି ସରକାରୀ ଙ୍କ ସେବା କାର୍ଯ୍ୟ କୁ ଅଣ ଦେଖା କରିବା ସହ ନିଜ ନିଜର ସେବା କରୁଛନ୍ତି ଲୋକଙ୍କ ସେବା କଣ କରିବେ ବୋଲି ବୁଦ୍ଧି ଜୀବୀ ମହଲରେ ଚର୍ଚ୍ଚା ହେଉଛି।ଏହି ସମ୍ପର୍କରେ ପିପଲ ଗୁଡା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରିତାଶ୍ରୀ ପଲେଇଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କି ଗ୍ରାମକୁ ଯାଇ ତଦନ୍ତ କରି ପିଇବା ପାଣି ର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...