32.9 C
Balāngīr
Saturday, April 26, 2025

ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ନୂଆବର୍ଷ ପାଳିଲା ଜିଲ୍ଲା ସାମ୍ୱାଦିକ ସଂଘ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୧/୦୧) : ରାୟଗଡ଼ା ଜିଲ୍ଲାର ଜିଲ୍ଲା ସାମ୍ୱାଦିକ ସଂଘ ପ୍ରତିବର୍ଷ ଭଳି ଇଂରାଜୀ ନବବର୍ଷ ଅନନ୍ୟ ଭାବେ ପାଳନ କରି ଆସୁଛି ।WhatsApp Image 2025 01 01 at 22.59.17 ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ନୂଆବର୍ଷ ପାଳିଲା ଜିଲ୍ଲା ସାମ୍ୱାଦିକ ସଂଘ

ଆଜି ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ଡ଼ଃ. ବାଦଲ କୁମାର ତା, ଙ୍କ ତତ୍ତ୍ଵାବଧନରେ ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଉଦୟପୁର ଠାରେ ପହଞ୍ଚି କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ସହ ହସ ଖୁସିରେ ସମୟ ବିତାଇବା ସହ, ଉକ୍ତ ଛାତ୍ରଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ପୁସ୍ତକ, ଖାତା, ପେନ୍ ପେନସିଲ, ରୋବର ଆଦି ବଣ୍ଟନ କରିବା ସହ ବିସ୍କୁଟ, ଚୋକଲେଟ ବଣ୍ଟନ କରା ଯାଇଥିଲା । ସୂଚନା ମୁତାବକ ଜିଲ୍ଲା ସାମ୍ୱାଦିକ ସଂଘ ପ୍ରତିବର୍ଷ ଅନନ୍ୟ ଢଙ୍ଗରେ ଜିଲ୍ଲାର ବିଭିନ୍ନ ଉପାନ୍ତ ଓ ଦୁର୍ଗମ ଅଞ୍ଚଳ ଗୁଡ଼ିକୁ ଯାଇ ବିଭିନ୍ନ ସମୟରେ ସେଠାରେ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ, ଖାଦ୍ୟ ବସ୍ତ୍ର ବଣ୍ଟନ କରୁଛି ।

ଯାହାକି ଏହି ସେବା କାର୍ଯ୍ୟ ସାମ୍ବାଦିକ ସଂଘକୁ ଜିଲ୍ଲାରେ ଏକ ଅନନ୍ୟ ପରିଚୟ ଦେଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ରବୀନ୍ଦ୍ର ପାଟଖଣ୍ଡଳ, ଶ୍ୟାମ ଦାଶ, ବିଦ୍ୟା ପଣ୍ଡା, ବିଦ୍ୟା ସାଗର,ପ୍ରମୋଦ କୁମାର ପଣ୍ଡା ଓ ସମାଜସେବୀ ତଥା ବୁଦ୍ଧିଜିବୀ ଶଶୀଭୂଷଣ ହୋତା, ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସାମ୍ବାଦିକ ସଂଘ ସଦା ସର୍ବଦା ନିଜର ଏଭଳି ସେବା କାର୍ଯ୍ୟରେ ଲିପ୍ତ ରହି ଅନେକ ସମାଜମଙ୍ଗଳ କାର୍ଯ୍ୟ କରି ଆସୁଥିବା ଓ ଆଗକୁ ଅନେକ ଲୋକମଙ୍ଗଳ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ଶ୍ରୀ ବାଦଲ୍ ତା କହିଛନ୍ତି । ଆଜିର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ମେଳରେ ସମୟ କାଟିବା ଏକ ଅନନ୍ୟ ଅନୁଭୂତି ବୋଲି ପ୍ରକାଶ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...