32.9 C
Balāngīr
Thursday, June 12, 2025

ଉଲୁଣ୍ଡାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ, ରୋଗୀଙ୍କୁ ଉପଲବ୍ଧ ହେଲା ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୮) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 08 30 at 10.25.50 ଉଲୁଣ୍ଡାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ, ରୋଗୀଙ୍କୁ ଉପଲବ୍ଧ ହେଲା ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇ ନାଲି ଫିତା କାଟି ଏହି ସ୍ୱତନ୍ତ୍ର ସ୍ୱାସ୍ଥ୍ୟୁ ଶିବିରର ଶୁଭାରମ୍ଭ କରିଥିଲେ । ସ୍ୱାସ୍ଥ୍ୟ ଶିବିରରେ ସାଧାରଣ ବର୍ହିବିଭାଗ ସହ ସ୍ତ୍ରୀ ଓ ପ୍ରସୂତି, ଶିଶୁରୋଗ, ଭେଷଜ, ନାଶା ଗଳା ଓ କର୍ଣ୍ଣ, ଦନ୍ତ, ଅଣ ସଂକ୍ରାମକ ରୋଗ, ଆୟୂଷ, କୁଷ୍ଠ ରୋଗ, ଯକ୍ଷ୍ମା ରୋଗ ଆଦି ପାଇଁ ସ୍ୱାସ୍ଥ୍ୟୁ ସେବା ପ୍ରଦାନ କରାଯାଇଥିଲା । ବିଶେଷ କରି ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଉପଲବ୍ଧ ନଥିବା ଭେଷଜ,  ନାଶା, ଗଳା ଓ କର୍ଣ୍ଣ ଏବଂ ଦନ୍ତ ସମ୍ବନ୍ଧୀୟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଡ଼ାକ୍ତରଙ୍କ ଦ୍ୱାରା ସାଧାରଣ ଲୋକଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ଏହା ସହ ସମନ୍ୱିତ ସ୍ୱାସ୍ଥ୍ୟ ପରାମର୍ଶ ଏବଂ ଯୋଗ ସତ୍ର ଅନୁଷ୍ଠିତ ହୋଇଥିଲା ।

ଭେଷଜ ବିଶେଷଜ୍ଞ ଡ଼ାକ୍ତର ନରେନ୍ଦ୍ର କୁମାର ମେହେର, ଦନ୍ତ ବିଶେଷଜ୍ଞ ଡ଼ାକ୍ତର ଦେବେଶ ପଣ୍ଡା, ନାଶା,ଗଳା ଓ କର୍ଣ୍ଣ ବିଶେଷଜ୍ଞ ଡ଼ାକ୍ତର ରଶ୍ମି ରଞ୍ଜନ ହୋତା, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସମୀର ଭୋଇ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ାକ୍ତର ମୀନାକ୍ଷୀ ମହାଲିକ, ଡ଼ାକ୍ତର ମୁକେଶ କୁମାର ମେହେର, ଡ଼ାକ୍ତର ଦେବାଶିଷ ବାଗ, ଆୟୁଷ ଡ଼ାକ୍ତର ବିଶ୍ୱନାଥ ମେହେର, ଆୟୁଷ ଡ଼ାକ୍ତର ଅରୁଣ କୁମାର ଦାଶ, ଯୋଗ ପ୍ରଶିକ୍ଷକ ଅମରେନ୍ଦ୍ର ଷଡ଼ଙ୍ଗୀ ପ୍ରମୂଖ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ । ଶିବିରରେ ମାଗଣା ରୋଗ ନିରୂପଣ ଓ ମାଗଣା ଔଷଧ ସେବା ମଧ୍ୟ ଉପଲବ୍ଧ କରାଯାଇଥିଲା । ଆଜି ଅନୁଷ୍ଠିତ ଆୟୁଷ୍ମାନ ଆରୋଗ୍ୟ ଶିବିରରେ ମୋଟ ୧୮୨ ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା ।

ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ଶେଖର ସେଠୀଙ୍କ ଯୋଜନା ଓ ତତ୍ୱାବଧାନରେ ଶିବିରଟି ଆୟୋଜିତ ହୋଇଥିବା ବେଳେ ରାଜେନ୍ଦ୍ର ଦେହୁରୀ, ବଟକୃଷ୍ଣ ପଣ୍ଡା, ପରୀତୋଷ ହୋତା, ମିଲୁ ମେହେର ପ୍ରମୁଖ ଶିବିର ଆୟୋଜନରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ମାସ ଶେଷ ଗୁରୁବାରରେ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହେବ l

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...