32.9 C
Balāngīr
Sunday, April 20, 2025

ଋତୁରାଜ୍ ବସନ୍ତର ଆଗମନରେ ଚାରିଆଡେ ବେଶ୍ ଶୋଭା ପାଉଛି ପଳାଶ ଫୁଲ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ , (୦୫/୦୩) : ଯୁଆଡେ ଦେଖୁଲେ ଲାଲ ରଙ୍ଗରେ ରଙ୍ଗିନ୍ ହୋଇଛି ପଳାଶ ଫୁଲ । ଗାଁ ହିଡ ଅବା ଗାଁ ମୁଣ୍ଡ ଜଙ୍ଗଲ ଅବା ପୋଖରି ତୁଠ ସବୁଠି ଏବେ ପଳାଶ ଫୁଲର ଗାଲିଚା ।

ଋତୁରାଜ୍ ବସନ୍ତର ଆଗମନରେ ଚାରିଆଡେ ବେଶ୍ ଶୋଭା ପାଉଛି ପଳାଶ ଫୁଲ । ପଳାଶ ଫୁଲ ରଂଙ୍ଗିନ୍ ରଂଙ୍ଗରେ ଧରାପୃଷ୍ଠରେ ଭରିଦେଇଛି ସୌନ୍ଦର୍ଯ୍ୟ । ଥିରିଥିରି ପବନର ସ୍ପର୍ଶରେ ଉତଫୁଲିତ ହୋଇ ଉଠୁଛି ପଳାଶ ଫୁଲ । ଚାରିଆଡେ କୋଇଲିର କୁହୁ କୁହୁ ଶବ୍ଦ ସାଙ୍ଗକୁ ମନ ମତାଣିଆ ସ୍ବର ସୃଷ୍ଟି କରୁଛି ଅପୂର୍ବ ମୁଛାନାଁ । କ୍ଲାନ୍ତ କୃଷକଟିଏ ହେଉ ଅବା ତୃଷାର୍ଥ ପଥକଟିଏ ହେଉ ପଳାଶ ଫୁଲକୁ ଦେଖୁ ଦେଖୁ କ୍ଷଣିକ ପାଇଁ ଭୁଲିଯାଏ ସବୁ ଦୁଃଖ ଓ କଷ୍ଟ । ଭରିଦିଏ ମନରେ ଅସୁମାରି ଆନନ୍ଦ ।

ଲାଲ ବର୍ଣ୍ଣର ଏହି ପଳାଶ ଫୁଲ ବୌଦ୍ଧ ଜିଲ୍ଲାର ବିଭନ୍ନ ଗାଁର, ନଦୀ ନାଳ, ରାସ୍ତା କଡ଼ରେ ଗୁଡିକରେ ଦେଖବାକୁ ମିଳୁଛି ଅପୂର୍ବ ସୌନ୍ଦର୍ଯ୍ୟ ର ମନରୋମ ଦୃଶ୍ୟ । ଖାଲି ସେତିକି ନୁହେଁ ପ୍ରକୃତି ସହିତ ପରିବେଶର ଏହି ପରିପୂରକ ପଳାଶ ଫୁଲର ଅପୂର୍ବ ମନୋରମ ଦୃଶ୍ୟକୁ ଦେଖି କବି ଓ ଭାବୁକ ହେଉଛନ୍ତି ଆନମନା । ବେଳେ ବେଳେ ସାଧାରଣ ମଣିଷଟିଏ ପ୍ରକୃତିର ଏପରି ଅପରୂପ ସୌନ୍ଦର୍ଯ୍ୟକୁ ଦେଖି କବି ହୋଇଯାଏ । ବସନ୍ତରୁତୁର ଶୋଭାମୟ ପରିବେଶକୁ ବିମୋହିତ କରିଦେଇଛି ପଳାଶ ଫୁଲ । ସୁପ୍ରଭାତର ସୁନେଲି କିରଣରେ ଆଲୋକିତ ହୋଇଯାଏ ପଳାଶ ଫୁଲ ।

ଦୁରରୁ ଦେଖାଯାଏ ଲାଲର ଚାଦର ଭଳି । ଆକାଶର ଖଣ୍ଡଖଣ୍ଡ ଭସା ବାଦଲ ଓ ପୃଥିବୀର ଲାଲ ଚିକ୍ ମିକ୍ କରୁଥିବା ପଳାଶ ଫୁଲ ସତେ ଯେମିତି ପରସ୍ପରକୁ ଚାହିଁ ରହିଛନ୍ତି ଚାତକ ପରି । ଚାରିଆଡ଼େ ଏବେ ଖୁସିର ଆସର । ଆଉ ଚୈତ୍ର ମାସର ମା’ ମଙ୍ଗଳାଙ୍କ ପୂଜାରେ ଓ ଦାଣ୍ଡ ଯାତ୍ରାରେ ପଳାଶ ଫୁଲର ବ୍ୟବହାର କରାଯାଇଥାଏ । ସେହିପରି ପଳାଶ ଫୁଲର ରହିଛି ଅନେକ ଔଷଧୀୟ ଗୁଣ । ପ୍ରକୃତିର ଏହି ମନୋରମ ଅପୂର୍ବ ଦୃଶ୍ୟ ସବୁଜିମା କୋଳରେ ବେଶ୍ ଶୋଭା ପାଉଛି । ପ୍ରକୃତି ଓ ପରିବେଶ ଓ ସାହିତ୍ୟ ସହିତ ପଲାଶ ଫୁଲ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିଛି । ପଲାଶ ଫୁଲର ବାସ୍ନା ନ ଥିଲେ ବି ଏହାର ସୌନ୍ଦର୍ଯ୍ୟ ସମସ୍ତଙ୍କୁ କରିଥାଏ ଆନମନା ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...