ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଫୁଲବାଣୀ, (୦୨/୦୩) : କନ୍ଧମାଳ ଜିଲ୍ଲା ଫରଙ୍ଗିଆ ବ୍ଲକ ଗୋଛାପଡା ପୋଲିସ ଲଗାତାର ଭାବରେ ବିଭିନ୍ନ ଜାଗାରେ ଚଢ଼ାଉ କରି ଏକ ଟନ ଆଠ କିଲୋ ଗଞ୍ଜେଇ ଜବତ ।
କନ୍ଧମାଳ ଜିଲ୍ଲା ଫରଙ୍ଗିଆ ବ୍ଲକ ଗୋଛାପଡା ପୋଲିସ ଲଗାତାର ଭାବରେ ବିଭିନ୍ନ ଜାଗାରେ ଚଢ଼ାଉ କରି ଟନଟନ ଗଞ୍ଜେଇ ଜବତ କରିବାରେ ସଫଳ ହେଉଥିବାବେଳେ ଗୋଛାପଡା ପୋଲିସ ବାଲନ୍ଦାପଡା ପଞ୍ଚାୟତ ଅଧୀନରେ ଥିବା କେନ୍ଦୁଗୁଡା ଗାଁ ନିକଟରେ ଥିବା ଜଙ୍ଗଲରେ ଚାଲାଣ ପାଇଁ ପ୍ରସ୍ତୁତି ଚଲାଇଥିବା ବେଳେ ଅତର୍କିତ ଚଢ଼ାଉ କରି ଗଛିତ ଥିବା ଏକ ଟନ ଆଠ କିଲୋ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିବା ବେଳେ ଏଥର ମଧ୍ୟ ପୋଲିସ ଆସିବାର ଆଗୁଆ ସୂଚନା ପାଇ ମାଫିଆ ମାନେ ଫେରାର ହୋଇଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।
ତେବେ ପୋଲିସର ସୂଚନା ଅନୁସାରେ ଏହି କେନ୍ଦୁଗୁଡା ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ଏକ ଝାଟିମାଟି କୁଡିଆ କରି ଚାଲାଣ ପାଇଁ ବିପୁଳ ପରିମାଣରେ ଗଞ୍ଜେଇ ଗଛିତ ରଖିଥିବା ଏକ ବିଶେଷ ସୂତ୍ରରୁ ଖବର ପାଇବା ମାତ୍ରେ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଜଙ୍ଗଲରେ ଚଢ଼ାଉ କରିଥିଲେ । ତେବେ ପୋଲିସ ଆସିବା ଖବର ବିଷୟରେ ଆଗୁଆ ସୂଚନା ପାଇଁ ଘଟଣାସ୍ଥଳରୁ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ଜଙ୍ଗଲରୁ ଏକ ଟନ ଆଠ କିଲୋ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିଲା।