ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୨/୦୧) : ସ୍ବାସ୍ଥ୍ୟ ହିଁ ସମ୍ପଦ,ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା କୁ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ ତାହା ସଠିକ୍ ରୂପାୟନ ହୋଇପାରୁନି ।
ସାଧାରଣ ରୋଗୀ ଙ୍କ ଦୁର୍ଦ୍ଦଶା ଭୋଗ କରିବା ସାର ହୋଇ ଥିବା ବେଳେ ଏଚ,ଆଇ,ଭି/ଏଡ୍ସ ଭଳି ମାରାତ୍ମକ ସଂକ୍ରମିତ ଭୁତାଣୁ ରେ ଆକ୍ରାନ୍ତ ହୋଇ ଟଙ୍କା ଅଭାବ ରୁ ଏଆରଟି/ଔଷଧ ପାଇ ନ ପାରି ଅକାଳ ମୃତ୍ୟୁ ର ଶିକାର ହୋଇ ଆସୁଛନ୍ତି । ପ୍ରକାଶ ଯେ ,ବଲାଙ୍ଗୀର ଜିଲ୍ଲା ରେ ଏହି ଏଡ୍ସ ଭୁତାଣୁ ସଂକ୍ରମିତ ଙ୍କ ସଂଖ୍ୟା ଓଡ଼ିଶା ର ଗଞ୍ଜାମ ଜିଲ୍ଲା କୁ ଟପି ଯାଇ ଥିବା ବେଳେ ଅତୀତ ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ପଦକ୍ଷେପ ନେଇ ନିୟନ୍ତ୍ରଣ କରାଯାଇ ଥିଲା । ଏ ନେଇ ଟି,ଆଇ ପ୍ରକଳ୍ପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗଠନ କରି କାର୍ଯ୍ୟକାରୀ କରିଥିଲେ ହେଲେ ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ କରିବା ଓ କାଗଜ, କଲମରେ ସବୁ ସୀମିତ ରଖି ସରକାର ଙ୍କ ଲକ୍ଷ,ଲକ୍ଷ ଟଙ୍କା ଖୋଲମ୍,ଖୋଲା ଭାବେ ହଡ଼ପ କରାଯାଇ ଆସୁଛି ।
ଜାଲ,କାଗଜ ପତ୍ର କରି ମିଥ୍ୟା ବିଲ, ଭାଉଚର୍ କରାଯାଇ ଆସୁଥିବା ବେଳେ ଆକ୍ରାନ୍ତ ଔଷଧ ନ ପାଇ ଅକାଳ ମୃତ୍ୟୁ ର ଶିକାର ହୋଇ ଆସୁଥିବା ଭଳି ଗୁରୁତର ଅଭିଯୋଗ ହୋଇ ଆସୁଛି । ପୂର୍ବେ ଏହି ଭୁତାଣୁ ସଂକ୍ରମିତ ହୋଇ ବଲାଙ୍ଗୀର ଜିଲ୍ଲା ରୁ ବ୍ରହ୍ମପୁର ଓ କଟକ କୁ ଏ ଆର ଟି ଔଷଧ ଆଣିବା ଓ ନିୟମିତ ପରୀକ୍ଷା କରାଯାଉଥିଲା । ହେଲେ ପରେ ବଲାଙ୍ଗୀର ଜିଲ୍ଲା ଏଡ୍ସ ନିୟନ୍ତ୍ରଣ କେନ୍ଦ୍ର କାର୍ଯ୍ୟକାରୀ କରି ଥିବା ସତ୍ତ୍ୱେ ଲୋକେ ଔଷଧ ନ ପାଇ ଅକାଳ ମୃତ୍ୟୁ ବରଣ କରି ଆସୁଥିବା ବେଳେ ସାଇ ଟି ଆଇ ପ୍ରକଳ୍ପ କେବଳ କାଗଜ, ପତ୍ର ରେ ସୀମିତ ରଖି ଲୋକ ଙ୍କ ଜୀବନ ସହ ଖେଳ ଖେଳି ଆସୁ ଥିବା ଭଳି ଅଭିଯୋଗ ବାରମ୍ବାର ହୋଇ ଆସୁଛି ।
ଟିଟିଲାଗଡ,ପାଟଣାଗଡ ସବଡିଭିଜନ ସହ ପଡୋସି କଳାହାଣ୍ଡି,ନୂଆପଡ଼ା ଜିଲ୍ଲା ତଥା ଦୂର, ଦୁରାନ୍ତ ରୁ ଏହି ବଲାଙ୍ଗୀର ଜିଲ୍ଲା ସ୍ଥିତ ଏଡ୍ସ ନିୟନ୍ତ୍ରଣ କେନ୍ଦ୍ର ଉପରେ ନିର୍ଭର କରୁ ଥିବା ବେଳେ ଅର୍ଥ ଅଭାବ ସହ ନାନା ସମସ୍ୟା ଯୋଗୁଁ ଏଆରଟି ଔଷଧ ପାଇ ପାରୁ ନାହାନ୍ତି । ବିଭିନ୍ନ ପରୀକ୍ଷା ଓ ଉକ୍ତ ଔଷଧ ବ୍ୟବସ୍ଥା ଏହି ସାଇ ଟି ଆଇ ପ୍ରକଳ୍ପ ନ କରିବା ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।