ଭୁବନେଶ୍ୱର, (୨୯/୦୫) : ଆପ୍ର. : ଏଣିକି ସରକାରୀ କାମରେ ଆଉ ସମୟ ଅପଚୟ ହେବନି । ନାଲିଫିତା ତଳେ ଚାପି ହୋଇ ରହିବନି ବିକାଶମୂଳକ କାମ ।
କାରଣ ଡବଲ ଇଞ୍ଜିନ ସରକାରରେ ଏବେ ବିକାଶର ବେଗ ଦୁଇଗୁଣା ହେବ । ଏଥିରେ ଢାଞ୍ଚାଗତ ପୁରୁଣା ସରକାରୀ ବ୍ୟବସ୍ଥା ବାଧକ ସାଜିବନି । କାରଣ ସରକାରୀ ବ୍ୟବସ୍ଥାର ଡିଲେୟରିଂ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଏହାଦ୍ବାରା ବିଭିନ୍ନ ପ୍ରକଳ୍ପର ଫାଇଲରେ ରକେଟ ବେଗରେ ବାଜିବ ମୋହର।
ପୂର୍ବରୁ ସରକାରୀ ଫାଇଲ ସହାୟକ ସେକ୍ସନ ଅଫିସରଙ୍କ ଠାରୁ ସଚିବଙ୍କ ନିକଟରେ ପହଞ୍ଚିବାକୁ ପ୍ରାୟ ୬ରୁ ୭ଟି ସ୍ତର ଦେଇ ଯିବାକୁ ପଡୁଥିଲା । ହେଲେ ଏବେ ଡିଲେୟରିଂ ବ୍ୟବସ୍ଥା ଦ୍ବାରା ଏହାକୁ ୩ଟି ସ୍ତରକୁ କମାଇବାକୁ ନିଷ୍ପତ୍ତି ହୋଇଛି। ଯାହାଫଳରେ ଏବେ ଆଉ ଫାଇଲ ଘୁଞ୍ଚିବା ପୂର୍ବପେକ୍ଷା ସମୟ ସାପେକ୍ଷ ହେବନି ।