32.9 C
Balāngīr
Saturday, April 26, 2025

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍‌, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ

Must read

ଭୁବନେଶ୍ଵର, (୨୦/୦୩) : ଆ.ପ୍ର. : ଆସନ୍ତା ଏପ୍ରିଲ ୨ରୁ ରାଜ୍ୟରେ ଆରମ୍ଭ ହେବ ସକାଳୁଆ ସ୍କୁଲ୍‌ । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ଯରେ ଗ୍ରୀଷ୍ଣ ପ୍ରବାହ ଏବଂ ତାପମାତ୍ରା ବୃଦ୍ଧି ପାଉଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ସ୍କୁଲ କର୍ତ୍ତୃପକ୍ଷ ପାନୀୟ ଜଳ, ଖାଦ୍ୟପୁଡ଼ିଆ, ଓଆରଏସ ଏବଂ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରାଇବା ପାଇଁ ମନା କରାଯାଇଛି । ଏତଦ୍ ବ୍ୟତୀତ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଚାଲିବ । ଆଗକୁ ଯଦି ତାତି ବଢେ ତେବେ ଅଙ୍ଗନବାଡି ଛୁଟି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଅଘୋଷିତ ବିଜୁଳି କାଟ୍ ହେବନି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଦିନ ୧୧ଟାରୁ ୫ଟା ଏବଂ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହେବନାହିଁ।

ଏକ ସପ୍ତାହ ମଧ୍ଯରେ ନଳକୂପ ସ୍ଥାପନ ଓ ମରାମତି କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳରେ ଟ୍ରାଫିକ ଛକ ଏବଂ ଗ୍ରାମାଞ୍ଚଳରେ ବସ୍ ଷ୍ଟାଣ୍ଡଗୁଡ଼ିକରେ ତୁରନ୍ତ ଛାଇ ପାଇଁ ଟେଣ୍ଟ ବ୍ୟବସ୍ଥା ଓ ଜଳଛତ୍ର ବ୍ୟବସ୍ଥା କରିବାକୁ ମଧ୍ଯ ନିର୍ଦ୍ଦେଶ ରହିଛି। ବିଦ୍ୟାଳୟ, ସମେତ ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାକୁ ଆଖିରେ ରଖି ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...