ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୦୯/୧୧) : ଗତ ଏକ ସପ୍ତାହ ଠାରୁ କାଶୀନଗର ଏ ଆର୍ ଆଇ ଓ ତହସିଲଦାର ଙ୍କ ମଧ୍ୟରେ ବିବାଦ ନେଇ ନାନା ଝଡ଼ ଝଂଜା ପରିସ୍ଥିତି ସୃଷ୍ଟି ହୋଇ ଚର୍ଚ୍ଚାର ବିଷୟ ପାଲଟି ଥିଲା ।
ପ୍ରକାଶ ଥାଉ କି କାଶୀନଗର ଏ ଆର୍ ଆଇ ଓ ତହସିଲଦାର ବିବାଦ ରେ ତହସିଲଦାର ଜଣେ ଦକ୍ଷ ଓ ସଚୋଟ ଅଧିକାରୀ ସେ ତହସିଲ ର ଆୟ ଓ କାର୍ଯ୍ୟ ଶୈଳୀ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି । ଏହି କଥା କିଛି ବ୍ୟକ୍ତି ବିଶେଷ ଙ୍କୁ ହଜମ ନ ହେବା ଫଳରେ ଯୋଜନା ବଦ୍ଧ ଭାବେ ଏକ ଭିଡିଓ ଭାଇରଲ କରାଇ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିଲା ବୋଲି ତହସିଲଦାର ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି ।
ଖବର ସଂଗ୍ରହ ବେଳେ ଏହା ଜଣା ପଡ଼ିଛିକି ରନିପେଣ୍ଠା ଏ ଆର୍ ଆଇ ଶ୍ରୀମତି ପାଇକ ଓ ତାଙ୍କ ସ୍ଵାମୀ କେବେ କେବେ ତହସିଲ କାର୍ଯ୍ୟାଳୟ କୁ ଆସନ୍ତି ଓ ଅଫିସ୍ ରେ ତାଙ୍କ ସ୍ଵାମୀ ନିଜ ସ୍ତ୍ରୀ ଙ୍କ କାର୍ଯ୍ୟ ସବୁ କରନ୍ତି,ଏବଂ ସେ ରାନିପେଣ୍ଠା ଅଞ୍ଚଳ ରେ ଜମି ବିକ୍ରି ବେପାର ରେ ସଂପୃକ୍ତି ଥିବା ଜଣାପଡିଛି | ଏଣୁ ତହସିଲଦାର ତାଙ୍କ ସ୍ୱାମୀ କୁ ଦଲାଲ ବୋଲି କହିବା ଅଭିଯୋଗ କରି ସଂପୃକ୍ତ ଏ ଆର୍ ଆଇ କିଛି ବିଜେପି ଲୋକ ଓ ଏକ ନିର୍ଦ୍ଧିଷ୍ଟ ଗଣ ମାଧ୍ୟମ କୁ ହାତ ବାରିଶି କରି ଭିଡିଓ ଭାଇ ରାଲ କରିବା ପରେ ଶ୍ରୀମତି ପାଇକ ଖୋଦ୍ ଜିଲ୍ଲାପାଳ ଙ୍କ ନିକଟ ରେ ଅଭିଯୋଗ କରିଥିଲେ ।
ଗଜପତି ର ଡେପୁଟି କଲେକ୍ଟର ଯୁବିଲି ବେହେରା ଉପଜିଲ୍ଲାପାଳ ଶ୍ରୀ ଦିଲୀପ ମହାରଣା ବିଭାଗୀୟ ତଦନ୍ତ କରିବା ପାଇଁ ପହଞ୍ଚିଥିବା ବେଳେ ଯୋଜନା ବଦ୍ଧ ଭାବେ ବିଜେପି ଦଳ ର ସ୍ଥାନୀୟ ନେତା ଓ ପାରଳାଖେମୁଣ୍ଡି ର ନେତା ମାନେ ତହସିଲ ଅଫିସ୍ ଘେରାଉ କରିବା ତହସିଲଦାର ନି ବଦଳି ଦାବି କରିବା, ଦାବୀ ରେ ଅଫିସ୍ କୁ ଧସେଇ ପଶିବା ଇତ୍ୟାଦି କାର୍ଯ୍ୟ ଭିଆଇ ଥିଲେ । ବିଭାଗୀୟ ତଦନ୍ତ ରେ ଏସବୁ ନାଟକ ବାଜି ଧରା ପଡିଯାଇଥିଲା ।
ମିଥ୍ୟା ଆରୋପ କରି ତହସିଲଦାର ଙ୍କୁ ହରଡ ଘୋଣା ରେ ପକାଇବାକୁ ଉଦ୍ୟମ କରାଯାଇଥିଲା ବୋଲି ସ୍ଥାନୀୟ ବିଜେଡ଼ି ନେତା ଆର୍ ରାମ ପ୍ରସାଦ ରଘୁରାମ ସାହୁ, ଗାବାରା ତିରୁପତି ରାଓ ଘୋର ନିନ୍ଦା କରିଛନ୍ତି । ବିଜେପି ମିଥ୍ୟା ର ଆଶ୍ରୟ ନେଇ ଗୁଣ୍ଡା, ଗର୍ଦୀ କରି ଏସବୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି ବୋଲି ସେମାନେ କହିଛନ୍ତି ।