32.9 C
Balāngīr
Tuesday, May 13, 2025

ଐତିହାସିକ ଧବଳେଶ୍ଵର ଶୈବ ପୀଠରେ ମନ୍ଦିର ସି ସି ଟିଭି ତାଲା ଭାଙ୍ଗି ଚୋରି ଉଦ୍ୟମ ନେଇ ତୀବ୍ର ପ୍ରତିକ୍ରିୟା, ପୋଲିସ ତଦନ୍ତ ଆରମ୍ଭ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ବଲାଙ୍ଗୀର/ଟିଟିଲାଗଡ, (୨୬/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ର ପ୍ରସିଦ୍ଧ ଐତିହାସିକ ଶୈବ ପୀଠ ରେ ସିସି ଟିଭି କ୍ୟାମେରା ଭାଙ୍ଗି ଚୋରି ଉଦ୍ୟମ କରିବା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ମନ୍ଦିର ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଛି ଦୁର୍ବୃତ୍ତ ମିଳିତ ଭାବେ ଏହି ଧବଳେଶ୍ଵର ଶୈବ ପୀଠ ପାଚେରୀ ଡେଇଁ ସିସି ଟିଭି କ୍ୟାମେରା ଭାଙ୍ଗି ମନ୍ଦିର ସ୍ବତନ୍ତ୍ର ସାମଗ୍ରୀ ରହୁଥିବା କୋଠରୀ ତାଲା ଭାଙ୍ଗି ଥିବା ଅଭିଯୋଗ ହୋଇଛି । ଏହି ପୀଠ ରେ ବିଭିନ୍ନ ସମୟ ରେ ଛୋଟ,ବଡ ଚୋରି ଘଟି ଚାଲିଥିବା ବେଳେ ଏ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଘଟଣା ର ସବିଶେଷ ଖୋଳ,ତାଡ଼ ଆରମ୍ଭ କରି ଥିବା ବେଳେ ଅନେକ ତଥ୍ୟ ହସ୍ତଗତ କରି ପାରିଥିବା ସୂଚନା ମିଳିଛି । ତଦନ୍ତ ରେ ବ୍ୟାଘାତ ନ ଘଟୁ ଏଣୁ ତାହା ଭିତ୍ତି ନ କରି ଗୋପନୀୟ ଭାବେ ବିଭାଗୀୟ ପୋଲିସ ଟିମ ଘଟଣା ର ସର ଜମିନ ତଦନ୍ତ ଆରମ୍ଭ କରି ଥିବା ପ୍ରକାଶ ପାଇଛି ।

ସେହିଭଳି ମନ୍ଦିର ସୁରକ୍ଷା ଦୃଷ୍ଟି ରୁ ପୋଲିସ ତାଲା ଦେବା ଓ ବିଭିନ୍ନ ଗେଟ ରାସ୍ତା ସ୍ବତନ୍ତ୍ର ଅବରୋଧ କରିବା ନେଇ ତର୍ଜମା କରାଯାଇଛି । ଏହି ମନ୍ଦିର ରୁ ରାତି ପ୍ରାୟ ୧୨ ଘଣ୍ଟା ରୁ ୧ ଘଣ୍ଟା ସମୟ ପର୍ଯ୍ୟନ୍ତ ସି ସି ଟିଭି ଭାଙ୍ଗି ତାଲା ଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣା ଯାଇଛି । କେତେ ପରିମାଣ ରେ କିଛି ଚୋରି ହୋଇଛି ନାଁ ନାହିଁ ,ତଥା କେଉଁ ମାନେ କଣ ଚୋରି ଉଦ୍ୟମ ରେ ଆସି ଥିଲେ ସେ ନେଇ ତଦନ୍ତ ଦୃଷ୍ଟିରୁ ପ୍ରକାଶ କରାଯାଇ ନାହିଁ । ଏହି ଚୋରି ନେଇ ଉକ୍ତ ଅଭିଯୁକ୍ତ ଙ୍କୁ ଠାବ କରିବା ନେଇ ବିଭିନ୍ନ ଶ୍ରଦ୍ଧାଳୁ ଭକ୍ତ ତଥା ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...