32.9 C
Balāngīr
Saturday, April 26, 2025

ଐତିହାସିକ ସହର ତୁଷୁରାର ତୋଷାଳୀ ମହୋତ୍ସବ ଉଦ୍‌ଘାଟିତ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ତୁଷୁରା, (୦୧/୦୨) : ତୋଷାଳୀ ଗଡ ଐତିହ୍ୟ, କଳା ସଂସ୍କୃତି ଓ ପରମ୍ପରାକୁ ନେଇ ତୁଷୁରାର ଇତିହାସ ବେଶ ସମୃଦ୍ଧ । ଏଠାକାର ଇତିହାସ କହିଲେ ଖାରବେଳ ଶାସନର ଐତିହ୍ୟ ଗୁମାଗଡ ।

ଐତିହାସିକ ସହର ତୁଷୁରାର ତୋଷାଳୀ ମହୋତ୍ସବ ଉଦ୍‌ଘାଟିତ । ରାଜାରାଜୁଡା ଅମଳର କୀର୍ତ୍ତିରାଜି ଏବେ ଧ୍ୱଂସାଭିମୁଖୀ, ଯାହା କି ଧିରେ ଧିରେ ନାଁ ମଧ୍ୟ ତୋଷାଳୀଗଡରୁ ପରିବର୍ତ୍ତନ ହୋଇ ତୋଷରା ହୋଇଯାଇଛି । ମହୋତ୍ସବ ମାଧ୍ୟମରେ ଏହାକୁ ବଞ୍ଚାଇ ରଖିବା ପାଇଁଁ ତୁଷୁରା ୟୁଥ୍ ଏକ୍ସନ କମିଟି ପକ୍ଷରୁ ଏବର୍ଷ ମଧ୍ୟ ଚତୁର୍ଥ ମହୋତ୍ସବ ଆୟୋଜନ କରାଯାଇଛି । ପ୍ରାରମ୍ଭରେ ତୁଷୁରାର ଇଷ୍ଟ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ବାଳକ ହାଇସ୍କୁଲ ଖେଳପଡିଆ ଠାରେ ମଞ୍ଚ ସମ୍ମୁଖରେ ସ୍ଥାପନ କରାଯାଇଥିଲା ।

ଏହି ସାଂସ୍କୃତିକ ଶୋଭାଯାତ୍ରାରେ କୁମ୍ଭାରୀର ଆଦିବାସୀ ନୃତ୍ୟ, ପୁରୀର ନାଗଭେଦ ସାଂସ୍କୃତିକ ଅନୁଷ୍ଠାନ ଆଦି ସାଂସ୍କୃତିକ ଦଳ ସହ କଲେଜ ଛାତ୍ରୀ ସାମିଲ ହୋଇଥିଲେ । ତୁଷୁରା ଏନ୍‌ଏସି ଉପାଧ୍ୟକ୍ଷା ମାମୀ ଦାସ, ଗୁଡଭେଲା ବ୍ଲକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ତୋଷାଳୀ ମହୋତ୍ସବ କମିଟି ସଭାପତି ବ୍ରାହ୍ମାନନ୍ଦ ପାଣ୍ଡିଆଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ ଯୋଗଦେଇ ଐତିହାସିକ ଗଡର ସଂସ୍କୃତିକୁ ମହୋତ୍ସବ ମାଧ୍ୟମରେ ପୁନଃ ଜାଗରଣ କରିବା ପାଇଁ କମିଟିକୁ ଧନ୍ୟବାଦ ଦେଇଥିଲେ ।

ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବିଷ୍ଣୁ ପ୍ରସାଦ କେଡିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହୋତ୍ସବ କମିଟି ଚେୟାରମେନ ସୁରେଶ ସାହୁ, ଉପସଭାପତି ଦେବବ୍ରତ ପାଣିଗ୍ରାହୀ, ସଂପାଦକ ଜିତେନ୍ଦ୍ର ମହାପାତ୍ର, ଏକ୍ସନ କମିଟି ସଭାପତି ଲିସନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାର୍ଟି ଯୋଗଦେଇ ଅଞ୍ଚଳରେ ଏତେ ବଡ ମହୋତ୍ସବ ଆୟୋଜନ କରାଯିବା ଅଞ୍ଚଳର ସଂସ୍କୃତିର ବିକାଶ ହେବ ସହ କଳାକାରଙ୍କ ପାଇଁ ସମୃଦ୍ଧି ଆଣିବ ବୋଲି କହିବା ସହ ଏଠାକାର ସମୃଦ୍ଧ ଇତିହାସରେ ଲିପିବଦ୍ଧ ବୋଲି କହିଥିଲେ ।

କମିଟି ଚେୟାରମେନ ସୁରେଶ ସାହୁ ସ୍ୱାଗତ ଭାଷଣ ଦେବା ସହ ମହୋତ୍ସବର ପ୍ରତିଷ୍ଠାତ ସଦସ୍ୟ ସ୍ୱର୍ଗତ ବିଚିତ୍ରାନନ୍ଦ ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ତାଙ୍କ ନାଁରେ ମଞ୍ଚକୁ ଉତ୍ସର୍ଗୀକୃତ କରାଯାଇଥିଲା ଏବଂ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସୁଧୀର ନାଏକ ମଞ୍ଚ ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସମ୍ବଲପୁରୀ ଗାୟକ ଆଶିଷ କୁମ୍ଭାର, ବିଶ୍ଵଜିତ ସାହୁ, ଶ୍ରେୟାଂସ ଶେଖର ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ । ଅଘୋରି ନୃତ୍ୟ, ନଟରାଜ ସଂଗୀତ ବିଦ୍ୟାଳୟର ଓଡିଶୀ, ସୁନ୍ଦରଗଡର ସାନ୍ତାଳୀ ନୃତ୍ୟ, ସାଇସ୍ୱର୍ଣ୍ଣ କଳା ପରିଷଦ ବଲାଙ୍ଗିର ନିଜ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...