ରିପୋର୍ଟ : କ୍ଷମା ସାଗର ଦାଶ୍
ମୁନିଗୁଡ଼ା, (୦୮/୦୮) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେ ଅଦ୍ୟ ତା ୦୮/୦୮/୨୦୨୪ ରିଖ ଦିନ ଓଜନ ଉତ୍ସବ ଅବସରରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଏବଂ ହର୍ଷା ଟ୍ରଷ୍ଟଙ୍କ ଆନୁକୁଲ୍ଯରେ ଓଜନ ଉତ୍ସବ ସଚେତନତା ଭ୍ରାମ୍ୟମାଣ ରଥ ର ଶୁଭାରମ୍ଭ କରାଯାଇଥିଲା ।
ଉକ୍ତ ସଚେତନତା ରଥ ର ଶୁଭାରମ୍ଭ ମୁନିଗୁଡା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରୀତମ କୁମାର ତନ୍ତୀ-। ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଡାଳିମ୍ବ ନାୟକ ଙ୍କ ଦ୍ୱାରା ଶ୍ରୀଯୁକ୍ତ କୈଲାଶ ସେନାପତି – ପୋଷଣ ସଂଯୋଜକ ସମନ୍ୱିତ ଶିଶୁ ବିକାଶ ଯୋଜନା ବ୍ଲକ: ମୁନିଗୁଡା, ଜିଲ୍ଲା: ରାୟଗଡା ଙ୍କ ଦ୍ୱାରା ଶୁଭାରମ୍ଭ କରି ଉକ୍ତ ରଥ କୁ ସମନ୍ଵିତ ଶିଶୁ ବିକାଶ ଯୋଜନା ତଥା ପଞ୍ଚାୟତ ସମିତି କାର୍ଯଳୟ ମୁନିଗୁଡା, ଜିଲ୍ଲା: ରାୟଗଡା ସମୁଖ ରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସିଡ଼ିପିଓ ମହଶୟାଙ୍କ ଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଉକ୍ତ ରଥକୁ ମୁନିଗୁଡା ବ୍ଲକ ର ୧୮ ଗୋଟି ପଞ୍ଚାୟତ ର ୧୮୭ ଟି ଅଙ୍ଗନବାଡି କେନ୍ଦ୍ର ଥିବା ବିଭିନ୍ନ ଗ୍ରାମକୁ ପ୍ରେରଣା କରାଗଲା ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରୀତମ କୁମାର ତନ୍ତୀ ଙ୍କ ସହିତ ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧିକାରୀ ଡାଳିମ୍ବ ନାୟକ, ପୋଷଣ ସଂଯୋଜକ କୈଳାଶ ସେନାପତି, ସୁପରଭାଇଜର ରୀନା ରାଉତ, ସବିତା ସାହୁ, କ୍ରୀଷ୍ଣା ପଣ୍ଡା, ମୋହନାବତୀ ମୁଟୁକା ଉପସ୍ଥିତ ଥିଲେ । ଏଥି ସହିତ ହର୍ଷ ଟ୍ରଷ୍ଟ ତରଫରୁ ଦକ୍ଷତା ବିକାଶ ଅଧିକାରୀ-ଡେଭିଡ ନିଆଲ, ମୀନାକ୍ଷୀ ସାହୁ, ସଚିନ ପାଣିଗ୍ରାହୀ, ରଞ୍ଜନ ନନ୍ଦ, ରତନଞ୍ଜୟ ବାଗ, ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଚେତନତା ରଥ ଗାଁ ଗାଁ ବୁଲି ଓଡ଼ିଶା ସରକାର ଙ୍କ ଦ୍ଵାରା ମିଶନ ପୋଷଣ ୨.୦ ର ଅଞ୍ଚଳ-ନିର୍ଦ୍ଧିଷ୍ଟ ଅଭିନବ କାର୍ଯ୍ୟକ୍ରମ “ ଓଜନ ଉତ୍ସବ “ ର ପ୍ରଚାର ପ୍ରସାର କରି ବିଭିନ୍ନ ଗ୍ରାମର ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଅଜିମ ପ୍ରେମଜୀ ଫାଉନ୍ଡ଼େସନ ସହଯୋଗ ଦ୍ୱାରା ହର୍ଷା ଟ୍ରଷ୍ଟ ର ଏକ ବଡ ପଦକ୍ଷେପ ।
ଏହା ଦ୍ୱାରା ମୁନିଗୁଡା ବ୍ଲକର ଛଅ ବର୍ଷରୁ କମ ଶିଶୁମାନଙ୍କର ପୋଷଣ ସ୍ଥିତିରେ ଉନ୍ନତି ଆଶିବ । ଓଜନ ଉତ୍ସବ ମାଧ୍ୟମରେ ଅଙ୍ଗନବାଡି କର୍ମୀମାନେ ବିଭିନ୍ନ ଓଜନ ଯନ୍ତ୍ର ର ଉପଯୁକ୍ତ ବ୍ୟବହାର,ଅଭିବୃଦ୍ଧି ମନିଟରିଂ ର ଗୁରୁତ୍ଵ ,ରେଫରାଲ ଓ ପରାମର୍ଶ ପ୍ରକ୍ରିୟା କୁ ଭଲଭାବରେ କରି କାର୍ଯ୍ୟକ୍ରମକୁ ସମ୍ପୂର୍ଣ କରିବେ ।